ଦିନକରେ ସୁସ୍ଥ ହେଲେ ୫୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୫୮୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୭,୩୭୩କୁ ବୃଦ୍ଧି ହୋଇଛି।

କେଉଁ ଜିଲ୍ଲାରୁ କେତେ:-

ଗଂଜାମରୁ ସର୍ବାଧିକ ୧୬୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ୭୭, ଗଜପତି ୪୩, କଟକ ୩୪, ମାଲକାନଗିରିରୁ ୩୨ ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼ ୨୫, ଭଦ୍ରକ ୨୩, କେନ୍ଦୁଝର ୧୯, ଅନୁଗୁଳରୁ ୧୭, କନ୍ଧମାଳ ୧୭, ଜଗତସିଂହପୁର ଓ ସମ୍ବଲପୁରରୁ ୧୪ ଲେଖାଏଁ ସୁସ୍ଥ ସୁସ୍ଥ ହୋଇଛନ୍ତି।


ସେହିପରି ମୟୂରଭଂଜ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୧୨ ଲେଖାଏଁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର ୧୦, କେନ୍ଦ୍ରାପଡ଼ା, ପୁରୀ, ଝାରସୁଗୁଡ଼ାରୁ ୯ ଲେଖାଏଁ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ ୮, ଯାଜପୁର ୭, ବଲାଙ୍ଗିର ୬, ବୌଦ୍ଧରୁ ୫, ଦେବଗଡ଼, ନବରଙ୍ଗପୁରରୁ ୩ ଲେଖାଏଁ ଓ କୋରାପୁଟ, ନୟାଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି ୨୪ ଘଣ୍ଟାରେ ଓଡ଼ିଶାରେ ୧,୫୦୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୦୧  ରହିଛି। ଗଞ୍ଜାମରୁ ସର୍ବାଧିକ ୪୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

You might also like