ଜିଲ୍ଲା ପ୍ରଶାସନର ନିଷ୍ପତ୍ତି: ସବୁ ଧର୍ମାନୁଷ୍ଠାନ ବନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ। ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ। କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି। ୭ ଦିନ ଧର୍ମାନୁଷ୍ଠାନ ସାନିଟାଇଜ୍ ସହ ରୀତିନୀତି ପାଳନ ହେବ। ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ। ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି। କଟକଣା ଯେପରି କଡ଼ା ଭାବେ ପାଳନ କରାଯିବ ସେ ନେଇ ପ୍ରଶାସନ ଅନୁଧ୍ୟାନ କରିବ ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ମନ୍ଦିରରେ ଦୁଇ ଜଣ ପୂଜକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଟକଣା ଜାରି କରାଯାଇଥିଲା। ମାଆଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଏଣିକି ଯାତ୍ରା ସରିବା ଅର୍ଥାତ ୧୬ ତାରିଖ ଯାଏ ମାଆଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଏହାସହ ମଣ୍ଡପରେ ପୂଜକ ଓ କର୍ମକର୍ତ୍ତାଙ୍କ ସମେତ ଅତି ବେଶୀରେ ୧୦ ଜଣଙ୍କ ପ୍ରବେଶକୁ ଅନୁମତି ମିଳିଛି।

ମଣ୍ଡପ ଚାରିପଟକୁ ବ୍ୟାରିକେଡ୍ କରିବା ସହ ଦେଶୀ ବେହେରା ସାହିକୁ ବାହାର ଲୋକଙ୍କ ପ୍ରବେଶ ଉପରେ ବି କଟକଣା ଲାଗୁ ହୋଇଛି। କେବଳ ସ୍ଥାନୀୟ ବାସିନ୍ଦା ଓ ଦୋକାନୀ ହିଁ ସାହି ଭିତରକୁ ଯାଆସ କରିପାରିବେ। ତେବେ ମାଆଙ୍କ ଦର୍ଶନ ପାଇଁ ଭର୍ଚୁଆଲ ମାଧ୍ୟମରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଆଜି ୩୦ଟି ଜିଲ୍ଲାରୁ ୧୭୮୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ୮୦ ଜଣ ଚିହ୍ନଟ ହୋଇଛନ୍ତି।

You might also like