କରୋନା ସାଇଡ୍‌ ଇଫେକ୍ଟ: ସୁସ୍ଥ ହେବା ପରେ ଯୁବକଙ୍କଠାରେ ଦେଖା ଦେଉଛି ନୂଆ ସମସ୍ୟା !

ନୂଆଦିଲ୍ଲୀ: ୨୦୨୦ରୁ ଏବେ ପର୍ଯ୍ୟନ୍ତ ସାରା ବିଶ୍ୱକୁ ଥରହର କରି ରଖିଛି କରୋନା ଭାଇରସ୍‌ । ଏହାଦ୍ୱାରା ସଂକ୍ରମିତ ଅନେକ ରୋଗୀ ସୁସ୍ଥ ହେଉଛନ୍ତି ଏବଂ କିଛି ମାତ୍ରାରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ହେଲେ ଏବେ ଯେଉଁ ଚର୍ଚ୍ଚା ହେଉଛି ତାହା ହେଲା, କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଏବେ ନୂଆ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବ୍ରିଟିଶ୍‌ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଶରୀରରୁ କରୋନା ଯିବା ବେଳେ ଅନେକ ସମସ୍ୟା ଛାଡ଼ିଦେଇ ଯାଉଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପ୍ରାୟ ୧୪ ପ୍ରତିଶତ କରୋନା ରୋଗୀ ସୁସ୍ଥ ହେବା ପରେ ମଧ୍ୟ ମେଡିକାଲ ଆସିବାକୁ ପୁଣି ବାଧ୍ୟ ହେଉଛନ୍ତି । କାରଣ କରୋନା ତାଙ୍କ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରି ଦେଇ ଯାଉଛି ।

ଲଣ୍ଡନ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ରିସର୍ଚ୍ଚର ବିଶେଷଜ୍ଞମାନେ ଗତ ବର୍ଷ ଜାନୁୟାରୀ ୧ ରୁ ଅକ୍ଟୋବର ୩୧ ମଧ୍ୟରେ କରୋନାରେ ସଂକ୍ରମିତ ୧,୯୩,୧୧୩ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ଅଧ୍ୟୟନ କରିଥିଲେ । ଏହି ସର୍ଭେରେ ୧୮ ରୁ ୬୫ ବର୍ଷ ବୟସର ରୋଗୀମାନଙ୍କୁ ସାମିଲ କରାଯାଇଥିଲା । ଏହି ସର୍ଭେରେ ରୋଗୀମାନେ କରୋନା ସଂକ୍ରମିତ ହେବା ପରେ ୨୧ ଦିନ ପର୍ଯ୍ୟନ୍ତ ସେମାନଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ଉପରେ ନଜର ରଖାଯାଇଥିଲା । ବିଶେଷଜଜ୍ଞମାନେ ନାସନାଲ କ୍ଲେମ୍ସ ଡାଟାକୁ ବିଶ୍ଲେଷଣ କରିବା ପରେ ଏହା ଜାଣିବାକୁ ପାଇଥିଲେ ଯେ, କରୋନାରୁ ସୁସ୍ଥ ହେବା ପରେ ୬ ମାସ ମଧ୍ୟରେ ରୋଗୀ ନୂଆ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ।

ସର୍ଭେରୁ ମିଳିଥିବା ତଥ୍ୟକୁ ଏଭଳି କିଛି ରୋଗୀଙ୍କ ସହ ତୁଳନା କରାଗଲା ଯିଏ କି କେବେ ବି କରୋନା ସଂକ୍ରମିତ ହୋଇନାହାନ୍ତି ।  ସର୍ଭେ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ୧୪ ପ୍ରତିଶତ କରୋନା ରୋଗୀ ସୁସ୍ଥ ହେବା ପରେ ସେ ଅନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ସ୍ୱାସ୍ଥ୍ୟ ସମସ୍ୟା ହେତୁ କରୋନା ରୋଗୀଙ୍କୁ ପୁଣି ଥରେ ଡାକ୍ତରଖାନା ଯିବାକୁ ପଡ଼ୁଛି । ସୁସ୍ଥ ଲୋକଙ୍କ ତୁଳନାରେ କରୋନାରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ଏବେ ହସ୍ପିଟାଲରେ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ମୁଖ୍ୟ ଗବେଷକ ଡ଼ ଏଲେନ୍ ମ୍ୟାକ୍ସୱେଲ କହିଛନ୍ତି ଯେ, ଯୁବକମାନେ ମଧ୍ୟରେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ନୂତନ ରୋଗରେ ଆକ୍ରାନ୍ତ ହେବାର ଅନେକ ଆଶଙ୍କା ରହିଛି । ସେ କହିଛନ୍ତି ଯେ ବୃଦ୍ଧ ଓ ଅସୁସ୍ଥ ରୋଗୀଙ୍କ ତୁଳନାରେ ଯୁବକମାନେ ନୂତନ ରୋଗରେ ଅଧିକ ଆକ୍ରାନ୍ତ ହେଉଛନ୍ତି । ଏଥିମଧ୍ୟରେ ସେହି ରୋଗୀ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନଥିଲା ।

You might also like