ଭୁବନେଶ୍ୱରରେ ୯୦ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ନିକଟତର ହୋଇଛି। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍-୨୭ ରହିଛି ବୋଲି ବିଏମ୍ସି ସୂଚନା ଦେଇଛି।
ବିଜେବି ନଗର ଅଞ୍ଚଳରୁ ଏକ ଘରୋଇ ହସ୍ପିଟାଲର ଜଣେ ଡ୍ରାଇଭର ଚିହ୍ନଟ ହୋଇଥିବା ବେଳେ ଜାଗମରା, ଘାଟିକିଆ, ଲକ୍ଷ୍ମୀସାଗର, ଓଲ୍ଡ ଟାଉନ୍ରୁ ଜଣେ ଲେଖାଏଁ, ଖଣ୍ଡଗିରି, ଭରତପୁର, ରସୁଲଗଡ଼, ଚନ୍ଦ୍ରଶେଖରପୁରରୁ ଜଣେ ଲେଖାଏ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ବିଡିଏ କଲୋନୀ, ବିଶ୍ୱେଶ୍ୱର ବସ୍ତି, ନୟାପଲ୍ଲୀରୁ ଜଣେ ଲେଖାଏଁ ଚିହ୍ନଟ ଓ ଏମଏଲଏ କଲୋନୀ, ମହାବୀର ବସ୍ତି, କୋଳଥିଆରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସେହିପରି ଗଣ୍ଡମୁଣ୍ଡା, ପାତ୍ରପଡ଼ା, କୋଳଥିଆ ଭରତପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ପୋଖରୀପୁଟ, ଜିଜିପି କଲୋନୀ, ଜଗନ୍ନାଥବିହାରରୁ ୨ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଘରୋଇ ହସ୍ପିଟାଲର ଜଣେ ୩୦ ବର୍ଷୀୟା ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛି ବୋଲି ବିଏମ୍ସି ସୂଚନା ଦେଇଛି ବିଏମ୍ସି।
ଆଜିର ଆକ୍ରାନ୍ତଙ୍କୁ ମିଶାଇ କେବଳ ରାଜଧାନୀରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି। ୩୮୫ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କର ପ୍ରାଣ ନେଇଛି କରୋନା ମହାମାରୀ। ସେହିଭଳି ୪୬୨ ଆକ୍ରାନ୍ତ ଏବେ ବି ଭିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।ସେହିଭଳି କଟକରେ ମଧ୍ୟ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଆଜି ଓଡ଼ିଶାରେ ୬୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ଆକ୍ରାନ୍ତଙ୍କ ଚିହ୍ନଟ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ନୂଆ ୬୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୦୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦେଇଛି।