ଆଉ ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ କ୍ରିକେଟ୍ ଜଗତ ପାଇଁ ପୁଣି ଖରାପ ଖବର ଆସିଛି। ଇଂଲଣ୍ଡ ଗସ୍ତ ପୂର୍ବରୁ ପାକ୍‌ର ଆଉ ୭ କ୍ରିକେଟର୍ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୋମବାର ପାକିସ୍ତାନର ୩ କ୍ରିକେଟର୍‌ ଯଥା ଅଲ୍‌ରାଉଣ୍ଡର ଶାଦାବ ଖାନ, ବ୍ୟାଟ୍ସମ୍ୟାନ୍‌  ହାଇଦର ଅଲି ଏବଂ ଫାଷ୍ଟ ବୋଲର ହରିଶ ରୌଫ୍‌ଙ୍କୁ କରୋନା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ। ଆଜି ଆଉ ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସେମାନେ ହେଲେ- ଫଖର ଜମାନ, ଇମ୍ରାନ ଖାନ, କାଶିଫ୍‌ ଭଟ୍ଟି, ମହମ୍ମଦ ହଫିଜ୍, ମହମ୍ମଦ ହସନେନ୍, ମହମ୍ମଦ ରିଜୱାନ ଏବଂ ୱହାବ ରିଆଜ୍।

ଜୁନ ୨୮ରେ ଏହି ଟିମ୍‌ ମ୍ୟାଚ୍‌ ପାଇଁ ଇଂଲଣ୍ଡ ଗସ୍ତରେ ଯିବାର ଥିଲା। ଏହି ୭ ଖେଳାଳିଙ୍କ ବ୍ୟତୀତ ଆଉ ଜଣେ କ୍ରିକେଟ ସହକର୍ମୀ ମଧ୍ୟ କୋଭିଡ-୧୯ ପଜିଟିଭି ଚିହ୍ନଟ ହୋଇଛନ୍ତି। ଏବେ ବି ଶୋଏବ୍‌ ମଲ୍ଲିକ, କ୍ଲିଫୀ ଡିକନ ଏବଂ ୱାକର ୟୁନିସଙ୍କ ରିପୋର୍ଟ ଆସିନାହିଁ।

ସୋମବାର ଚିହ୍ନଟ ହୋଇଥିବା ୩ ଖେଳାଳିଙ୍କ ପରି ଏମାନଙ୍କ ଠାରେ ମଧ୍ୟ କରୋନା ଲକ୍ଷଣ ଦେଖା ଦେଇନଥିଲା। ଏହି ସମସ୍ତ ଖେଳାଳିଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ କୁହାଯିବା ସହିତ ପିସିବିର ଡାକ୍ତରୀ ଟିମ୍‌ ନିୟମିତ ଖେଳାଳିମାନଙ୍କ ସମ୍ପର୍କରେ ଅଛନ୍ତି।

You might also like