ଭୁବନେଶ୍ୱରରେ ୫୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୧ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫, ଲୋକାଲ କଣ୍ଟା-୧୬ ରହିଛି।

ସରକାରୀ ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା କର୍ମଚାରୀ ଲୋକାଲ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ୭ମ ବାଟାଲିଅନ ନିକଟରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛି।

ସେହିଭଳି ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ପୁରୁଷ, ଭରତପୁର ଅଞ୍ଚଳରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। କଳିଙ୍ଗବିହାର ଅଞ୍ଚଳରୁ ୨ ମହିଳା ଲୋକାଲ କଣ୍ଟାକ୍ଟରେ ପଜିଟିଭ ଚିହ୍ନଟ ହୋଇଛନ୍ତି ଖାରବେଳନଗରରୁ ଜଣେ ମହିଳା, ଶାସ୍ତ୍ରୀନଗରରୁ ଜଣେ ପୁରୁଷ ଲୋକାଲ କେସ୍ ଆସିଛି।

ୟୁନିଟ-୬ ଗଙ୍ଗନଗର ଅଞ୍ଚଳର ୨ ଯୁବକ ମଧ୍ୟ ଲୋକାଲ କଣ୍ଟା କେସ୍। ଶାସ୍ତ୍ରୀନଗରର ଜଣେ ମହିଳା, ଝାରପଡ଼ାର ଜଣେ ଯୁବକ ଲୋକାଲ କଣ୍ଟାକ୍ଟ। ନୟାପଲ୍ଲୀର ଜଣେ ଯୁବତୀ ଓ ସଂପୃକ୍ତ ଅଞ୍ଚଳରୁ ଜଣେ ଯୁବକ ପଜିଟିଭ ଚିହ୍ନଟ।

ରାଜ୍ୟରେ ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ।  ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ କ୍ୱାରେଣ୍ଟିନ୍‌ ସେଣ୍ଟରରୁ ହୋଇଥିବା ବେଳେ ୧୮୯ ଲୋକାଲ କଣ୍ଟାକ୍ଟ ରହିଛି। ସେହି ମଧ୍ୟରୁ କଟକ ମହାନଗର ଅଞ୍ଚଳରେ ଆଉ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ ଜଣ ସରକାରୀ କ୍ୱାରେଣ୍ଟିନରୁ, ୪ ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ, ୩ଟି ଲୋକାଲ କେଶ୍ ସାମ୍ନାକୁ ଆସିଛି।

 

You might also like