ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫ କରୋନା ରୋଗୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ ୨ଟି ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହାକୁ ମିଶାଇ  ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି।

ମିଳିଥିବା ସୂଚନା ଅନୁସାରେ ଚିନ୍ତାମଣିଶ୍ୱର, ପଟିଆ ଓ କୋଳଥିଆର ୩ ଜଣ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଲୋକାଲ କେସ୍‌ରେ ୨ ଜଣ ମହିଳା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନୟାପଲ୍ଲୀ ବେହେରା ସାହିର ୩୭ ବର୍ଷୀୟ ମହିଳା। ଅନ୍ୟ ଜଣେ ଏକ ଘରୋଇ ହସ୍ପିଟାଲର  ୨୮ ବର୍ଷୀୟା ମହିଳା କର୍ମଚାରୀ

ସେହିପରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଯୁବତୀ ଅଛନ୍ତି। ସେ ଖଣ୍ଡଗିରି କୋଳଥିଆ ଅଞ୍ଚଳର। ଏହି ୧୬ ବର୍ଷୀୟା ଯୁବତୀଙ୍କ ଟ୍ରାଭେଲ ହିଷ୍ଟ୍ରି ଅଛି। ସେ ପଶ୍ଚିମ ବଙ୍ଗରୁ ଫେରିଥିଲେ। ଆଉ ୨ ପୁରୁଷ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚିନ୍ତାମଣିଶ୍ୱର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପଟିଆ ଅଞ୍ଚଳର। ଉଭୟଙ୍କ ଘର ଟ୍ରାଭେଲ ହିଷ୍ଟ୍ରି ରହିଛି। ଚିନ୍ତାମଣିଶ୍ୱରରୁ ଚିହ୍ନଟ ୩୧ ବର୍ଷୀୟ ଯୁବକ ଦିଲ୍ଲୀରୁ ଫେରିଥିଲେ। ଅନ୍ୟ ବ୍ୟକ୍ତି ଜଣଙ୍କ ସାଉଦି ଆରବରୁ ଫେରିଥିଲେ।

ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ମୋଟ ୧୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ ସୁସ୍ଥ ହୋଇଥିବାବେଳେ  ୫୨ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।

You might also like