ଭୁବନେଶ୍ୱରରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଚିହ୍ନଟ ନୂଆ ୧୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪ଜଣ ଅଛନ୍ତି। ୪ ଜଣଙ୍କ ମଧ୍ୟରୁ ୩ ଯୁବକ, ଜଣେ ଯୁବତୀ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ଜଣେ ଚନ୍ଦ୍ରଶେଖରପୁର, ଜଣେ ଡୁମୁଡୁମା, ୨ ଜଣ ପଟିଆରୁ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ହୋମ୍ କ୍ୱାରେଣ୍ଟିନରେ ଥିଲେ।

ଚନ୍ଦ୍ରଶେଖରପୁରରୁ ଚିହ୍ନଟ ଆକ୍ରାନ୍ତ ଜଣକ ୨୮ ବର୍ଷୀୟ ଯୁବକ ଓ ସେ ହାଇଦ୍ରାବାଦରୁ ଫେରିଥିଲେ। ଡୁମୁଡୁମାର ୨୯ ବର୍ଷୀୟ ଆକ୍ରାନ୍ତ ଯୁବକ ଦିଲ୍ଲୀରୁ ଫେରିଥିଲେ। ସେହିପରି ପଟିଆରୁ ଚିହ୍ନଟ ୩୪ ବର୍ଷୀୟ ପୁରୁଷ ଓ ୨୬ ବର୍ଷୀୟା ମହିଳା ଦିଲ୍ଲୀରୁ ଫେରିଥିଲେ।

ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩କୁ ବୃଦ୍ଧି ପାଇଥିବାବେଳେ ୫୩ଜଣ ସୁସ୍ଥ ହୋଇଛନ୍ତି ଓ ୩୭ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ୩ଜଣ ମୃତ୍ୟୁ ଘଟିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ, ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଆହୁରି ପଢ଼ନ୍ତୁ

You might also like