କରୋନା ଅପ୍‌ଡେଟ୍: ୨୪ଘଣ୍ଟାରେ ଗଲା ୩୭୯ ଜୀବନ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ କରୋନା ଯୋଗୁ ଦେଶରେ ୩୭୯ ଜଣଙ୍କ ଜୀବନ ଯାଇଛି। ଏହାସହ ୨୦ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୧୩କୁ ବୃଦ୍ଧି ପାଇଛି। ସେହିପରି ୬ ଲକ୍ଷ ୨୫ ହଜାର ୫୪୪କୁ ବୃଦ୍ଧି ପାଇଛି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା।

ସବୁଠୁ ଅଧିକ ବିଗିଡ଼ିବାରେ ଲାଗିଛି ମହାରାଷ୍ଟ୍ରର କରୋନା ସ୍ଥିତି। କେବଳ ମହାରାଷ୍ଟ୍ରରେ ୧ ଲକ୍ଷ ୮୬ ହଜାର ୬୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୧୭୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରୁ ୨ ହଜାର ୮୬୪ ଜଣଙ୍କ ମୃତ୍ୟୁ ହୋଇଛି।

ସେହିଭଳି ମେଘାଳୟରେ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ସୁସ୍ଥ ଓ ଜଣଙ୍କର ମୃତ୍ୟୁ ହୋଇଛି। ଆଣ୍ଡାମାନ ନିକୋବର, ଦାଦ୍ରାନଗର ହାବେଳି, ମଣିପୁର, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମରେ ଏ ପର୍ଯ୍ୟନ୍ତ କରୋନାରେ କାହାର ମୃତ୍ୟୁ ହୋଇନି।

ଆହୁରି ପଢ଼ନ୍ତୁ

You might also like