ଓଡ଼ିଶାରେ ୨,୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୬୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୮ ହଜାର ୯୦୬ କରୋନା ଟେଷ୍ଟ ହୋଇଥିବା ବେଳେ ୨,୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।
୨୪ ଘଣ୍ଟାରେ ୬୮ ହଜାର ୯୦୬ କରୋନା ଟେଷ୍ଟ
RTPCR-୭,୫୮୫
ଆଣ୍ଟିଜେନ୍-୬୧,୧୬୬
ଟ୍ରୁନଟ୍- ୧୫୫
ଚିହ୍ନଟ ନୂଆ ୨,୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୭୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୧୧୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଖୋର୍ଦ୍ଧା (Khordha) ରୁ ସର୍ବାଧିକ ୬୦୬ ଜଣ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୮, ୫୩୦ରେ ପହଞ୍ଚିଛି।