୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୨୦୧ କରୋନା ପଜିଟିଭ

ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ୧୨୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ମଧ୍ୟରୁ ୬୯୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୫୦୪ ଲୋକାଲ କେସ ବୋଲି ଜଣାପଡ଼ିଛି।

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୨୯୪,୪୧୫ ରେ ପହଞ୍ଚିଥିବାବେଳେ ୨,୭୯,୦୯୧ଜଣ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ଅଛି ୧୩, ୯୧୯।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୨ ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଓ ଜଗତ୍ସିଂହପୁରରେ ୭୩, କଟକରେ ୬୯ ଏବଂ ଗଞ୍ଜାମରେ ୬୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

 

You might also like