ରାଜ୍ୟରେ ପୁଣି ୧୦୮ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ୧୦୮ ଜଣଙ୍କ ମଧ୍ୟରୁ ୯୫ ଜଣ  କ୍ୱାରେଣ୍ଟିନ କେନ୍ଦ୍ରର, ୧୩ଟି ଲୋକାଲ୍ କେସ୍। ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି  ୧୬ ଅଗ୍ନିଶମ କର୍ମଚାରୀ । ସେମାନେ ପଶ୍ଚିମବଙ୍ଗ ଫେରନ୍ତା। ଅନ୍ୟପକ୍ଷେ ମାଲକାନଗିରି ସର୍ବଧିକ ୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲାରୁ ୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୭, କେନ୍ଦ୍ରାପଡ଼ାରୁ ୯, ବାଲେଶ୍ୱରରୁ ୪, ଜଗତସିଂହପୁରରୁ ୯, ଗଞ୍ଜାମରୁ ୮. ପୁରୀରୁ ୧୫, ଗଜପତିରୁ ୭ ଓ ସୁନ୍ଦରଗଡ଼ରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ, କଟକ, କଳାହାଣ୍ଡି, ବରଗଡ଼ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଅମ୍ଫାନ ଡ୍ୟୁଟି ସାରି ପଶ୍ଚିମ ବଙ୍ଗରୁ ଫେରିଥିବା ଆଉ ୧୬ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ୍ ୧୨୯୫ ରହିଛି।  ୨୮୫୪ ଜଣ ସୁସ୍ଥ ହୋଇଥିବାବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି।

You might also like