ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଡୋଜ୍ କରୋନା ଭାକ୍ସିନ
ନୂଆଦିଲ୍ଲୀ: କରୋନା ଭାକ୍ସିନକୁ ନେଇ ଆସିଲା ଖୁସି ଖବର। ଆସନ୍ତା ଜାନୁଆରୀ ସୁଦ୍ଧା କରୋନା ଟିକା କୋଭିସିଲ୍ଡର ଶହେ ମିଲିୟନ୍ ଡୋଜ୍ ପ୍ରସ୍ତୁତ ହୋଇ ସାରିଥିବ। ଅର୍ଥାତ ୨୦୨୧ ଜାନୁଆରୀ ସୁଦ୍ଧା ଦେଶରେ କୋଭିସିଲ୍ଡର ୧୦ କୋଟି ଡୋଜ୍ ପ୍ରସ୍ତୁତ କରିବ। ଏନେଇ ସୂଚନା ଦେଇଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ ସିଇଓ ଅଦର ପୁନାୱାଲା।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କରୋନା ଟିକା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛନ୍ତି ପୁନାୱାଲା। ସେ କହିଛନ୍ତି, ପୂର୍ବ ସୂଚନା ମୁତାବକ ହଜାରେ ଟଙ୍କାରେ ଲୋକଙ୍କୁ ଦୁଇଟି ଡୋଜ୍ ମିଳିପାରିବ। ତେବେ ଟିକାର ପାଖାପାଖି ୯୦ ପ୍ରତିଶତ ସରକାରଙ୍କୁ ପ୍ରଦାନ କରାଯିବ। କେବଳ ୧୦ ପ୍ରତିଶତ କିଛି ଘରୋଇ ଅନୁଷ୍ଠାନକୁ ଦିଆଯିବ। ବର୍ତ୍ତମାନ ସୁଦ୍ଧା ୪ କୋଟି ଟିକାର ପ୍ରସ୍ତୁତି ସରିଲାଣି। ଆସନ୍ତା ଜୁଲାଇ ସୁଦ୍ଧା ୩୦ରୁ ୪୦ କୋଟି ଟିକା ପ୍ରସ୍ତୁତି ନେଇ ଟାଗେର୍ଟ ରଖାଯାଇଛି।
ଆହୁରି ପଢ଼ନ୍ତୁ: କରୋନା ଟିକା ନେଇ ସୂଚନା ଦେଲେ ପ୍ରଧାନମନ୍ତ୍ରୀ
ପ୍ରଥମ ପର୍ଯ୍ୟାୟରେ ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଓ ପରେ ଅନ୍ୟ ବର୍ଗର ଲୋକଙ୍କୁ କରୋନା ଟିକାକରଣ ହେବ। ଏନେଇ ସରକାର ଯେଉଁ ଗାଇଡଲାଇନ୍ ଓ ଯୋଜନା ପ୍ରସ୍ତୁତ କରିଛନ୍ତି ତାକୁ ପାଳନ କରାଯିବ। ଅକ୍ସଫୋଡ୍ ଓ ଆଷ୍ଟେଜେନିକା ଦ୍ୱାରା ବିକଶିତ କୋଭିସିଲ୍ଡକୁ ପ୍ରସ୍ତୁତ କରୁଛି ସେରମ୍ ଯାହା ୯୦ ପ୍ରତିଶତ ଫଳପ୍ରଦ ବୋଲି ଗତକାଲି ହିଁ ଘୋଷଣା ହୋଇଛି ।
ଡିସେମ୍ବର ୧୧ରେ ଆସିବ କରୋନା ଟିକା ‘ଫାଇଜର’