ଓଡ଼ିଶାରେ କରୋନା ମୃତ୍ୟୁ: ୨୪ ଘଣ୍ଟାରେ ଆଖି ବୁଜିଲେ ପୁଣି ୧୦

10 New Corona Deaths in Odisha Today

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦ କରୋନା ରୋଗୀ ଆଖି ବୁଜିଲେ। ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୩୭୨ ଛୁଇଁଛି।

ମୃତକଙ୍କ ମଧ୍ୟରୁ ସର୍ବାଧିକ ୪ ଜଣ ଗଞ୍ଜାମ (Ganjam) ଜିଲ୍ଲାରୁ ଅଛନ୍ତି। ଏଥିସହିତ ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏ ଏବଂ ଭଦ୍ରକ ଓ ବରଗଡ଼ରୁ ଜଣେ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

You might also like