କମିଲା Xiaomi Redmi 6Aର ମୂଲ୍ୟ

ନୂଆଦିଲ୍ଲୀ: ଭାରତରେ Xiaomi Redmi 6Aର ମୂଲ୍ୟ କମିଛି। Xiaomi Redmi ର ମୂଲ୍ୟ ୮ହଜାର ୪୯୯ଟଙ୍କା ଥିବା ବେଳେ Xiaomi Redmi 6A ସ୍ମାର୍ଟଫୋନ୍‌ର ମୂଲ୍ୟ ୬ ହଜାର ୫୯୨ ଥିଲା।

ବର୍ତ୍ତମାନ Xiaomi Redmi 6Aର ମୂଲ୍ୟ କମିଥିବା ନେଇ ଘୋଷଣା କରାଯାଇଛି। ବର୍ତ୍ତମାନ ଏହାର ମୂଲ୍ୟ ୫ ହଜାର ୯୯୯ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏଥିରେ 2GB RAM/ 16GB storage variant ରହିଛି। ସେହିପରି 2GB RAM/ 32GB storage variantର ମୂଲ୍ୟ ୬ ହଜାର ୯୯୯ଟଙ୍କା ରହିଛି।

ଗତ ମାସରେ Xiaomi Redmi 6A (2GB RAM/ 16GB storage variant) ର ମୂଲ୍ୟ ୬୦୦ଟଙ୍କା ବୃଦ୍ଧି ପାଇ ୬ ହଜାର ୫୯୨ଟଙ୍କା ଥିବା ବେଳେ 2GB RAM/ 32GB storage variantର ମୂଲ୍ୟ ୫୦୦ଟଙ୍କା ବୃଦ୍ଧି ପାଇ ୭ ହଜାର ୪୯୯ ଟଙ୍କା ଥିଲା।

ନିକଟରେ Xiaomi Poco F1 ମଡେଲ୍‌ର ମୂଲ୍ୟ ମଧ୍ୟ ୧ହଜାର ଟଙ୍କା ହ୍ରାସ ପାଇଥିଲା। ବର୍ତ୍ତମାନ ଏହି ମଡେଲ୍‌ର ମୂଲ୍ୟ ୧୯ ହଜାର ୯୯୯ଟଙ୍କାରୁ ଆରମ୍ଭ ହେଉଛି।    

Xiaomi Redmi 6A ରେ ଅନେକ ପ୍ରକାର ସୁବିଧା ରହିଛି। ଯେପରିକି ଡୁଆଲ୍‌-ସିମ୍‌ (ନାନୋ), 5.45-inch HD+ (720×1440 pixels) panel, 13-megapixel rear camera sensor ଇତ୍ୟାଦି ରହିଛି। 

You might also like