ଲଞ୍ଚ୍ ପୂର୍ବରୁ Vivo S1ର ପ୍ରି ବୁକିଂ ଆରମ୍ଭ
ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା Vivo ଅଗଷ୍ଟ ୭ରେ ଏହାର ଏକ ନୂଆ ସ୍ମାର୍ଟଫୋନ୍ Vivo S1 ଲଞ୍ଚ୍ କରିବାକୁ ଯାଉଛି। ଏହା ପୂର୍ବରୁ ଏହି ଫୋନ୍ର ପ୍ରି ବୁକିଂ ଅଫ୍ଲାଇନ୍ ଷ୍ଟୋରରେ ଆରମ୍ଭ ହୋଇଯାଇଛି। ଅଗଷ୍ଟ ୭ ପର୍ଯ୍ୟନ୍ତ ପ୍ରି ବୁକିଂ ହେବ ଓ ଏଥିପାଇଁ ଗ୍ରାହକଙ୍କୁ ୨ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ତେବେ ପ୍ରି ବୁକିଂକୁ ନେଇ ଔପଚାରିକ ଭାବରେ Vivo ପକ୍ଷରୁ କିଛି କୁହାଯାଇ ନାହିଁ।
ଆହୁରି ପଢ଼ନ୍ତୁ
Vivo S1 ଫିଚର…
- ଡୁଆଲ୍ ସିମ୍(ନାନୋ) ଫୋନ୍, AMOLED ଡିସ୍ପ୍ଲେ ସହ ୱାଟର୍ଡ୍ରପ୍ ଷ୍ଟାଇଲ୍ ନଚ୍ ରହିଛି।
- ଏହି ଫୋନ୍ରେ ଓକ୍ଟା କୋର୍ ମିଡିଆ ଟେକ୍ ହେଲିଓ P65 SoC ରହିଛି।
- ଫଟୋ ଓ ଭିଡିଓ ପାଇଁ ଟ୍ରିପଲ୍ ରିଅର୍ କ୍ୟାମେରା ସେଟ୍ଅପ୍ ଓ ୩୨ ମେଗା ପିକ୍ସେଲ୍ ସେଲ୍ଫି କ୍ୟାମେରା ସେନ୍ସର୍ ରହିଛି।
- ଅନ୍ବୋର୍ଡ ଷ୍ଟୋରେଜ୍ ୧୨୮ ଜିବି ସହ ଏହି ନୂଆ ସ୍ମାର୍ଟଫୋନ୍ରେ ୱାଇ-ଫାଇ, Bluetooth v5.0, ଜିପିଏସ୍/ ଏ-ଜିପିଏସ୍, ମାଇକ୍ରୋ ୟୁଏସ୍ବି ସହ ୟୁଏସ୍ବି ଓଟିଜି ସପୋର୍ଟ ମଧ୍ୟ ରହିଛି। ଇନ୍-ଡିସ୍ପ୍ଲେ ଫିଙ୍ଗର୍ପ୍ରିଣ୍ଟ୍ ସେନ୍ସର୍ ମଧ୍ୟ ରହିଛି।