୫ ହଜାର ଟଙ୍କା ଯାଏ ଶସ୍ତା ହେଲା ଏହି ୨ଟି ଦମ୍ଦାର୍ ସ୍ମାର୍ଟଫୋନ୍
ନୂଆଦିଲ୍ଲୀ: ଭିଭୋ (Vivo) ଏହାର ୨ଟି ସ୍ମାର୍ଟଫୋନ୍ Vivo VX50 ଓ Vivo V19ର ଦାମ୍ କରିଛି। ଏବେ ଭାରତରେ ଏହି ଫୋନ୍କୁ ଆପଣ ଶସ୍ତାରେ କିଣିପାରିବେ। ଭାରତରେ Vivo X50ର ଦାମ୍ ୫ ହଜାର ଟଙ୍କା କମିଛି। MySmartPriceର ସୂଚନା ଅନୁସାରେ, Vivo V19ର ଦାମ୍ ଭାରତରେ ୩ ହଜାର ଟଙ୍କା କମିଛି।
Vivo VX50…
ଲଞ୍ଚ୍ ସମୟରେ ଭାରତରେ Vivo X50ର ଦାମ୍ ୩୪,୯୯୦ ଟଙ୍କା ଥିଲା ଓ ଗ୍ରାହକଙ୍କ ପାଇଁ 8GB + 128GB ଉପଲ୍ଲବ୍ଧ କରାଯାଇଥିଲା। ସୂଚନା ଅନୁସାରେ, କମ୍ପାନୀ ଭାରତରେ ଏହି ଫୋନ୍ର ଦାମ୍କୁ ୫ ହଜାର ଟଙ୍କା କମ୍ କରିଛି। ବର୍ତ୍ତମାନ ଏହି ଫୋନ୍ର ଅଫ୍ଲାଇନ୍ ଦାମ୍ ୨୯,୯୯୦ ଟଙ୍କା। କମ୍ପାନୀ ଏହି ଫୋନ୍ର 8GB + 256GB ମଡେଲ୍ର ଦାମ୍ ମଧ୍ୟ କମ୍ କରିଛି। ବର୍ତ୍ତମାନ ଏହା ୩୨,୯୯୦ ଟଙ୍କାରେ ଉପଲ୍ଲବ୍ଧ।
Vivo V19…
Vivo V19 ଏହାର ନିୟୁ ଭର୍ସନ Vivo V20 ଲଞ୍ଚ୍ କରିଛି। ଭାରତରେ ଏହାର ଦାମ୍ ୩ ହଜାର ଟଙ୍କା କମ୍ କରିଛି କମ୍ପାନୀ। ରିପୋର୍ଟ ଅନୁସାରେ, ଏହି ଫୋନ୍ର 8GB + 128GB ଷ୍ଟୋରେଜ୍ ମଡେଲ୍କୁ ଆପଣ ୨୧,୯୯୦ ଟଙ୍କାରେ କିଣିପାରିବେ।
Vivo VX50 ଫିଚର୍ସ…
- ୬.୫୬ ଇଞ୍ଚ୍ ଫୁଲ୍ ଏଚ୍ଡି+ଡିସ୍ପ୍ଲେ ସହ ଫ୍ଲାଟ୍ ସ୍କ୍ରିନ୍।
- 32MP ଫ୍ରଣ୍ଟ୍ କ୍ୟାମେରା। ଇଣ୍ଡିଆ ଭାରିଆଣ୍ଟ୍ରେ Snapdragon 730 ପ୍ରୋସେସର୍ ସହ 8GB RAM, 128GB/ 256GB ଷ୍ଟୋରେଜ୍ ଅପ୍ସନ୍ ରହିଛି।
- 4,200 mAh ବ୍ୟାଟେରୀ ସହ 33W ଫାଷ୍ଟ୍ ଚାର୍ଜିଂ ସପୋର୍ଟ।
- ରିଅର୍ କ୍ୟାମରା 48MP Sony IMX598 ସେନ୍ସର୍।
Vivo V19 ଫିଚର୍ସ…
- ୬.୪୪ ଇଞ୍ଚ୍ ଫୁଲ୍ ଏଚ୍ଡି+ସୁପର୍ AMOLED ଡିସ୍ପ୍ଲେ ସହ 1080*2400 resolution।
- ୨ଟି ଫ୍ରଣ୍ଟ୍ କ୍ୟାମେରା ସେସନ୍ସର୍ ସହ Qualcomm Snapdragon 712 ପ୍ରୋସେସର୍। 8GB LPDDR4X RAM ଓ 256GB UFS 2.1 ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ରହିଛି। ମାଇକ୍ରୋ ଏସ୍ଡି କାର୍ଡ ବ୍ୟବହାର କରି ମୋବାଇଲ୍ର ଷ୍ଟୋରେଜ୍ କ୍ଷମତାକୁ 512GB ପର୍ଯ୍ୟନ୍ତ ବଢ଼ା ଯାଇପାରି ହେବ।
- 4,500 mAh ବ୍ୟାଟେରୀ ଓ ୪ଟି କ୍ୟାମେରା ସେନ୍ସର୍ ରହିଛି।
ଗତବର୍ଷ Xiaomi ଲଞ୍ଚ୍ କରିଥିବା ଫ୍ଲାଗ୍ଶିପ୍ ସ୍ମାର୍ଟଫୋନ୍ Mi 10ର ଦାମ୍ କମ୍ ହୋଇଛି।ଏବେ ଭାରତରେ ଏହି ଫୋନ୍ ୫ ହଜାର ଟଙ୍କା ଶସ୍ତାରେ ଆପଣମାନେ କିଣିପାରିବେ।