ମାତ୍ର ୧୩ ମିନିଟ୍‌ରେ ଚାର୍ଜ ହେବ ଏହି ଫୋନ୍‌

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା Vivo ଏହାର ନୂଆ ସ୍ମାର୍ଟଫୋନ୍‌ Vivo Nex 3 5G ଲଞ୍ଚ୍‌ କରିବା ପୂର୍ବରୁ ଏହି ଫୋନ୍‌ ସହ ଜଡ଼ିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଅର୍ଥାତ୍‌ ଏହି ଫୋନ୍‌ରେ କ’ଣ କ’ଣ ସବୁ ନୂଆ ଫିଚର ରହିଛି ତାହା ଲିକ୍‌ ହୋଇଥିବା ଜଣାପଡ଼ିଛି।

ଲିକ୍‌ ହୋଇଥିବା ରିପୋର୍ଟ ଅନୁସାରେ ଏହି ସ୍ମାର୍ଟଫୋନ୍‌ରେ ୱାଟର୍‌ଫଲ୍‌ ଡିସ୍‌ପ୍ଲେ ଡିଜାଇନ୍‌ ରହିଛି। ଏହାଛଡ଼ା ଏଥିରେ 5G variant ଓ ଟ୍ରିପଲ୍‌ ରିଅର୍‌ କ୍ୟାମେରା ସେଟ୍‌ ଅପ୍‌ ମଧ୍ୟ ରହିଛି।

ସବୁଠାରୁ ବଡ଼ କଥା ହେଉଛି, Vivo Nex 3 ସ୍ମାର୍ଟଫୋନ୍‌ର ବ୍ୟାଟେରୀ ବହୁତ୍‌ କମ୍‌ ସମୟରେ ଚାର୍ଜ ହୋଇଯିବ। ଏହାର ବ୍ୟାଟେରୀ ଓ ଫାଷ୍ଟ ଚାର୍ଜିଂକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ମାତ୍ର ୧୩ ମିନିଟ୍‌ରେ ଫୋନ୍‌ର ବ୍ୟାଟେରୀ ସମ୍ପୂର୍ଣ୍ଣ ଭାବରେ ଚାର୍ଜ ହୋଇଯିବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଏଥିରେ 120 W ସପୁର ଫ୍ଲାଶ୍‌ଚାର୍ଜ ଟେକ୍ନୋଲଜିର ବ୍ୟବହାର ହୋଇଛି। ଫଳରେ ଏହାର ବ୍ୟାଟେରୀକୁ ଚାର୍ଜ ହେବାଲାଗି ଅଳ୍ପ ସମୟ ଲାଗିବ। ଚଳିତ ମାସରେ ଏହି ଫୋନ୍‌ ଚାଇନାରେ ଲଞ୍ଚ୍‌ ହେବ।

ତେବେ ଫୋନ୍‌ର ଲଞ୍ଚ୍‌ ଓ ଏଥିରେ କ’ଣ କ’ଣ ସବୁ ନୂଆ ଫିଚର ରହିଛି ସେନେଇ ଅଫିସିଆଲି(ଆନୁଷ୍ଠାନିକ) କୌଣସି ଘୋଷଣା ହୋଇନାହିଁ।

You might also like