୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୦୩ କୋଟି ଆୟକର ସଂଗ୍ରହ

ନୂଆଦିଲ୍ଲୀ: ଦେଶରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୦୩ କୋଟି ଆୟକର ସଂଗ୍ରହ ହୋଇଛି। ଗୌହାଟୀରେ ଅନୁଷ୍ଠିତ ୨ ଦିନଆ ସମ୍ମିଳନୀରେ ସେଣ୍ଟ୍ରାଲ ବୋର୍ଡ ଡିରେକ୍ଟ ଟ୍ୟାକ୍ସ (ସିବିଡିଟି) ର ସଦସ୍ୟ ଶାବ୍ରି ଭଟ୍ଟଶାଲୀ ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ୨୦୧୭- ୧୮ ଆର୍ଥିକ ବର୍ଷରେ ୬.୯୨ କୋଟି ଆଇ-ଟି ରିଟର୍ଣ୍ଣସ୍‌ ଦାଖଲ କରାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ୫.୬୧ କୋଟି ଥିଲା, ଯାହାକି ପୂର୍ବ ବର୍ଷ ତୁଳନାରେ ୧.୩୧ କୋଟି ଅଧିକ ରହିଛି।

ତେବେ ୨୦୧୭-୧୮ ବର୍ଷରେ ୧.୦୬ କୋଟି ନୂଆ କରଦାତା ଥିବା ବେଳେ, ଚଳିତ ବର୍ଷ ଆଉ ୧.୨୫ କୋଟି କରଦାତାଙ୍କୁ ରିଟର୍ଣ୍ଣ ଫାଇଲ୍‌ ପ୍ରକ୍ରିୟାରେ ସାମିଲ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

You might also like