ବିଭିନ୍ନ ଡିପୋଜିଟ୍ ସ୍କିମରେ ସୁଧ ହାର ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ଜମାକାରୀଙ୍କ ପାଇଁ ଭଲ ଖବର। ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧ ହାରରେ ୦.୪ ପ୍ରତିଶତ ବୃଦ୍ଧି  କରିଛନ୍ତି ସରକାର। ଚଳିତ ଅାର୍ଥିକ ବର୍ଷର ପରବର୍ତ୍ତୀ ତ୍ରୟ ମାସିକ ଅବଧି ପାଇଁ ଏହି ସୁଧ ହାର ବୃଦ୍ଧି ଘୋଷଣା କରାଯାଇଛି।

ତେଣୁ ଅାସନ୍ତା ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ତ୍ରୟ ମାସିକ ଅବଧି ପାଇଁ ଏହା ଲାଗୁ ହେବ। ଏହା ଫଳରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ନ୍ୟାସନାଲ ସେଭିଂ ସାର୍ଟିଫିକେଟ ଜମାରେ ସୁଧ ହାର ୭.୬ରୁ ୮ ପ୍ରତିଶତକୁ ବୃଦ୍ଧି ପାଇଛି।

ସେହିଭଳି କନ୍ୟା ସନ୍ତାନଙ୍କ ପାଇଁ ଥିବା ସୁକନ୍ୟା ସମୃଦ୍ଧି ଯୋଜନା ପାଇଁ ମଧ୍ୟ ସୁଧହାର ୮.୧ରୁ ବଢି ୮.୫ରେ ହେବ। ସେହିଭଳି ୫ ବର୍ଷିଅା ଟର୍ମ ଡିପୋଜିଟ୍‌ରେ ୭.୮, ରିକରିଂ ଡିପୋଜିଟରେ ୭.୩ ଏବଂ ବରିଷ୍ଠ ନାଗରିକଙ୍କ ସଞ୍ଚୟ ଯୋଜନାରେ ୮.୭କୁ ବୃଦ୍ଧି ପାଇବ ସୁଧହାର। ତେବେ ନିୟମିତ ସେଭିଂ ଡିପୋଜିଟ ପାଇଁ ସୁଧହାର ୪ରେ ଅପରିବର୍ତ୍ତିତ ରହିଛି।

You might also like
Comments
Loading...