ଖସିଲା ସେନ୍‌ସେକ୍ସ ; ସର୍ବନିମ୍ନ ସ୍ତରରେ ଟଙ୍କାର ମୂଲ୍ୟ

ନୂଆଦିଲ୍ଲୀ : ଅାଜି ମଧ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଅାଜି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୩ ଟଙ୍କା ୭୭ ପଇସା ରହିଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।  ଏହା ବ୍ୟାରେଲ୍ ପିଛା ୮୬ ଦଶମିକ ଏକ ଏକ ଡଲାରରେ ପହଞ୍ଚିଛି, ଯାହାକି ୪ ବର୍ଷରେ ସର୍ବାଧିକ।

ଏସବୁର ପ୍ରଭାବ ପଡ଼ଛି ଭାରତୀୟ ଷ୍ଟକ୍ ମାର୍କେଟରେ । ଅାଜି ବମ୍ବେ ଷ୍ଟକ୍ ଏକ୍ସଚେଂଜର ସେନ୍‌ସେକ୍ସ ୮ ଶହ ପଏଣ୍ଟରୁ ଅଧିକ ଖସିଛି। ମାର୍କେଟ ଖୋଲିବା ମାତ୍ରେ ପ୍ରମୁଖ କମ୍ପାନିର ସେୟାର ଭାଲ୍ୟୁ ହ୍ରାସ ପାଇଥିଲା। ଯେଉଁ  ପ୍ରମୁଖ କମ୍ପାନିଗୁଡ଼ିକ ଏଥିରେ ପ୍ରଭାବିତ ହୋଇଛନ୍ତି, ସେଗୁଡ଼ିକ ହେଲା ମାରୁତି, ଅାଇସିଅାଇସିଅାଇ ବ୍ୟାଙ୍କ, ରିଲାଏନ୍ସ, ଏସିଅାନ୍ ପେଣ୍ଟସ୍, ମହିନ୍ଦ୍ରା ଅାଣ୍ଡ ମହିନ୍ଦ୍ରା ଓ ୟେସ୍ ବ୍ୟାଙ୍କ୍ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳ ଦର ବୃଦ୍ଧି, ଅାମେରିକାର ଫେଡେରାଲ ରିଜର୍ଭର ଅଧିକ ସୁଧହାରକୁ ଏଥିପାଇଁ ଦାୟୀ କରାଯାଉଛି।

You might also like
Comments
Loading...