ବଜାରକୁ ଆସିଲା ସାମ୍‌ସଙ୍ଗ୍‌ galaxy j2 core

ନୂଆଦିଲ୍ଲୀ: ସାମସଙ୍ଗ୍‌ କମ୍ପାନି galaxy j2 ମଡେଲ୍‌କୁ ବଜାରକୁ ଛାଡ଼ିଛି। ଏହି ସ୍ମାର୍ଟଫୋନ୍‌ android go ପ୍ଲାଟ୍‌ଫର୍ମରେ ଚାଲୁଥିବା କମ୍ପାନିର ପ୍ରଥମ ସ୍ମାର୍ଟଫୋନ୍‌। ଏହି ଫୋନ୍‌କୁ ଭାରତ ସମେତ ମାଲେସିଆରେ ଲଞ୍ଚ କରାଯାଇଛି।  ଏହି ଫୋନ୍‌ରେ android 8.1 oreo (go edition) ଫିଚର ରହିଛି। ଏହାର ଦର ୭ ହଜାର ଟଙ୍କାରୁ ମଧ୍ୟ କମ୍‌ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ସାମ୍‌ସଙ୍ଗ ଗ୍ୟାଲେକ୍ସି j2 coreର ବିଶେଷତ୍ୱ

  • ୫ଇଞ୍ଚର ଡିସ୍‌ପ୍ଲେ ସ୍କ୍ରିନ୍‌
  • କ୍ୱାଡ୍‌କୋର exynos 7570 ପ୍ରୋସେସର
  • 1gb ram,8gbର ଇଣ୍ଟରନାଲ ମେମୋରି
  • ଡାଟା କଣ୍ଟ୍ରୋଲ୍‌ ସୁବିଧା

ଏସବୁ ବାଦ୍‌ ଫଟୋଗ୍ରାଫି ପାଇଁ ଏହି ଫୋନ୍‌ରେ 8 ମେଗାପିକ୍ସେଲ୍‌ର ରିଅର କ୍ୟାମେରା ଦିଆଯାଇଛି। ଯାହାର ଆପରାରେଚର f/2.2 ରହିଛି। ସେଲ୍ଫି ପାଇଁ ମଧ୍ୟ 5 mpର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏହାର ବ୍ୟାଟେରି 2,600mah ରହିଛି। କମ୍ପାନି ଦୃଢ଼ୋକ୍ତି ପ୍ରକାଶ କରିଛି ଯେ ଏହି ଫୋନ୍‌ ଫୁଲ୍‌ ଚାର୍ଜ ହୋଇଥିଲେ, ଗୋଟେ ଦିନ ଚାଲିପାରିବ।

ଏଥିରେ 4g volte ସହିତ ୱାଇଫାଇ, ବ୍ଲୁଟୁଥ୍‌, ଜିପିଏସ୍‌ ଓ ମାଇକ୍ରୋ ୟୁଏସ୍‌ବି ଭଳି ଫିଚର ରହିଛି।

You might also like