ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଜିଓ ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଏକ ଖୁସି ଖବର ଆଣିଛି। ଏୟାରଟେଲ ଏବଂ ଭୋଡାଫୋନ୍ ପରେ ବର୍ତ୍ତମାନ ରିଲାଏନ୍ସ ଜିଓ ଏହାର ସମସ୍ତ ପ୍ଲାନ୍‌କୁ ବୃଦ୍ଧି କରିଛି। ଯଦି ଆପଣଙ୍କର ରିଚାର୍ଜର ଭ୍ୟାଲିଡିଟି ସମାପ୍ତ ହୋଇଛି, ତେବେ ଆପଣଙ୍କର ଆସୁଥିବା(ଇନ୍‌କମିଙ୍ଗ୍‌) କଲ୍ ର ସୁବିଧା ପାଇପାରିବେ। ଜିଓ ଏହି ନିଷ୍ପତ୍ତି ନେଇଛି ପ୍ରିୟ ଉପଭୋକ୍ତାମାନଙ୍କ ପାଇଁ, ଯାହାଦ୍ୱାରା ଉପଭୋକ୍ତାମାନେ ଲକଡାଉନ୍ ସମୟରେ ନିଜ ଲୋକଙ୍କ ସହ ଯୋଗାଯୋଗରେ ରହିପାରିବେ।

କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ସୁବିଧାର ଲାଭ କେବଳ ସ୍ୱଳ୍ପ ଆୟକାରୀ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ ନାହିଁ ବରଂ ସମସ୍ତ ଜିଓ ଉପଭୋକ୍ତା ଏହାର ଲାଭ ଉଠାଇ ପାରିବେ। ଏହାପୂର୍ବରୁ, ଜିଓ ଫୋନ ବ୍ୟବହାରକାରୀଙ୍କୁ ଏପ୍ରିଲ ୧୭ସୁଦ୍ଧା, କଲ୍ ପାଇଁ ୧୦୦ମିନିଟ୍ ମାଗଣା କଲ୍ ଓ ୧୦୦SMS ସୁବିଧା ଯୋଗାଇ ଦେଇଥିଲା।

ଜିଓ କହିଛନ୍ତି ଯେ, କମ୍ପାନୀର ଅଧିକାଂଶ ରିଚାର୍ଜ ଆଉଟଲେଟ୍ ଏପ୍ରିଲ୍ ୨୦ରୁ ଉପଲବ୍ଧ ହେବ। ଏହା ବ୍ୟତୀତ, ଉପଭୋକ୍ତାମାନେ MyJio ଆପ୍ ଏବଂ Jio.com ରୁ ୨୪ ଘଣ୍ଟିଆ ରିଚାର୍ଜ ସୁବିଧା ଉଠାଇ ପାରିବେ। ଲକଡାଉନ୍ ସମୟରେ କମ୍ପାନୀ ଗ୍ରାହକଙ୍କୁ ଡବଲ୍ ଡାଟା ସୁବିଧା ମଧ୍ୟ ପ୍ରଦାନ କରୁଛି।

You might also like