ଗ୍ରାହକଙ୍କୁ ଜିଓ ଦେଇପାରେ ସ୍ପେଶାଲ୍‌ ସର୍‌ପ୍ରାଇଜ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ତା’ର ଗ୍ରାହକମାନଙ୍କୁ ଏକ ସ୍ପେଶାଲ୍‌ ସରପ୍ରାଇଜ୍‌ ଦେଇପାରେ। ଏହି ସ୍ପେଶାଲ୍‌ ସରପ୍ରାଇଜ୍‌ ମାଧ୍ୟମରେ ଜିଓ ଗ୍ରାହକ ଏହାର ଫାଇଦା ଉଠାଇ ପାରିବେ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଫାଇଭର ଟୁ ଦ ହୋମ୍‌(ଏଫ୍‌ଟିଟିଏଚ୍‌) ସର୍ଭିସ୍‌ ଘୋଷଣା କରିଛନ୍ତି। ଯାହାକୁ ଜିଓ ଜିଗାଫାଇଭର(GigaFiber) ବୋଲି କୁହାଯାଉଛି। ସେପ୍ଟେମ୍ବର ୫ରେ ଏହାର କମର୍ସିଆଲ୍‌ ଲଞ୍ଚ୍‌ ହେବ।

୨୦୧୮ରେ ରିଲାଏନ୍ସ ଏହାର ଜିଓ ଜିଗାଫାଇଭର୍‌ ସର୍ଭିସ୍‌ ଘୋଷଣା କରିଥିଲା। ଏହାପରେ  ଜିଓ ଜିଗାଫାଇଭର୍‌ ପ୍ରିଭ୍ୟୁ ଅଫର ଦେଶର କିଛି ସହରରେ ଉପଲ୍ଲବ୍ଧ ହେବାସହ ଏଥିପାଇଁ ୨ହଜାର ୫ଶହ ଟଙ୍କାର ସିକ୍ୟୁରିଟି ଡିପୋଜିଟ୍‌ର ଆବଶ୍ୟକ ପଡ଼ିଥାଏ।

ମିଳିଥିବା ସୂଚନା ଅନୁସାରେ, ଜିଓ ଜିଗାଫାଇବର କମର୍ସିଆଲ୍‌ ଲଞ୍ଚ ପରେ ପ୍ରଥମ ୨ମାସ ପାଇଁ ଜିଓ ପ୍ରିଭ୍ୟୁ ଗ୍ରାହକଙ୍କୁ  କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହା ସମ୍ପୁର୍ଣ୍ଣ ମାଗଣା।

ପୂର୍ବରୁ ସିକ୍ୟୁରିଟି ଡିପୋଜିଟ୍‌ ପାଇଁ ଅଢ଼େଇ ହଜାର ଟଙ୍କା ଡିପୋଜିଟ୍‌ କରିଥିବା ଏହି ଗ୍ରାହକମାନେ ସେମାନଙ୍କର ଟଙ୍କା ମଧ୍ୟ ଫେରି ପାଇବେ ବୋଲି ଜଣାପଡ଼ିଛି।

ଏହି କମ୍ବୋ ସର୍ଭିସ୍‌ ମାଧ୍ୟମରେ ଗ୍ରାହକମାନେ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍‌, ଫିକ୍ସଡ୍‌ ଲାଇନ୍‌ ଟେଲିଫୋନ୍‌ ସର୍ଭିସ୍‌ ଓ ଟେଲିଭିଜନ୍‌ ସେଟ୍‌ ଟପ୍‌ ବକ୍ସ ପାଇପାରିବେ।

ସୂଚନା ଅନୁସାରେ, ସେପ୍ଟେମ୍ବର ୫ରେ ଜିଓ ଜିଗାଫାଇଭରର କମର୍ସିଆଲ୍‌ ଲଞ୍ଚ ପରେ ଏହି ସର୍ଭିସ୍‌କୁ ଯେଉଁ ଗ୍ରାହକମାନେ ସବ୍‌ସ୍କ୍ରାଇବ୍‌ କରିବେ ସେମାନଙ୍କୁ ୧୫୦୦ଟଙ୍କା ସିକ୍ୟୁରିଟି ଡିପୋଜିଟ୍‌ କରିବାକୁ ପଡ଼ିବ। ଏହି ଟଙ୍କା ଗ୍ରାହକମାନେ ପରେ ଫେରି ପାଇପାରିବେ।

ରିଲାଏନ୍ସ ଏହାର ଜିଓ ଜିଗାଫାଇବର ସର୍ଭିସ୍‌ ଗତବର୍ଷ ଜୁଲାଇ ୫ରେ ଘୋଷଣା କରିଥିଲା। ଅଗଷ୍ଟ ୧୫ରେ ଏହି ବ୍ରଡ୍‌ବ୍ୟାଣ୍ଡ୍‌ ସର୍ଭିସ୍‌ ପାଇଁ ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇଥିଲା।

ତେବେ ଏହି ସର୍ଭିସ୍‌ରେ କ’ଣ କ’ଣ ସବୁ ସୁବିଧା ରହିଛି ସେନେଇ କମ୍ପାନୀ ସମ୍ପୂର୍ଣ୍ଣ ଭାବରେ କିଛି ଘୋଷଣା କରିନାହିଁ। ଏହା jio.com ୱେବ୍‌ସାଇଟ୍‌ ଓ MyJio app ରେ ଆସନ୍ତା ୫ରେ ଉପଲ୍ଲବ୍ଧ ହେବ।

ଆହୁରି ପଢ଼ନ୍ତୁ

ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

ଚାଇନାରେ ୫ଜି

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା, ବିଏସ୍‌ଏନ୍‌ଏଲ୍‌ ଆଣିଲା ନୂଆ ପ୍ଲାନ୍‌

ଦୀପାବଳି ପାଇଁ ଏହି ଟେଲିକମ୍‌ କମ୍ପାନୀ ଗ୍ରାହକଙ୍କୁ ଦେଉଛି ମାଗଣା କଲ୍‌ ସୁବିଧା

ଜିଓର ସବୁଠାରୁ ଶସ୍ତା ପ୍ଲାନ, ରହିଛି ଏହିସବୁ ସୁବିଧା

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

କମୁଛି ଗାଡ଼ି ବିକ୍ରି; ଅଫର ଦେଲେ ବି ଲୋକ ନେଉ ନାହାନ୍ତି

ଏବେ ଏହି ଜିଓ ଗ୍ରାହକଙ୍କୁ ଆଇୟୁସି ଚାର୍ଜ ଦେବାକୁ ପଡ଼ିବନି

କାର୍ କିଣିବାକୁ ଚାହୁଁଛନ୍ତି କି ? ମାରୁତି ସୁଜୁକି ଦେଉଛି ନୂଆ ଅଫର

ଏବେ ସହଜରେ ମିଳିପାରିବ ଚୋରି ହୋଇଯାଇଥିବା ମୋବାଇଲ୍‌

ଖୁବ୍‌ ଶୀଘ୍ର ଫେସ୍‌ବୁକ୍‌ରେ ବନ୍ଦ ହେବାକୁ ଯାଉଛି ଆପଣଙ୍କର ସବୁଠୁ ପସନ୍ଦର ଫିଚର

ମାତ୍ର ୧୩ ମିନିଟ୍‌ରେ ଚାର୍ଜ ହେବ ଏହି ଫୋନ୍‌

You might also like