ବଢ଼ିଲା ତୈଳ ଦର

ନୂଆ ଦିଲ୍ଲୀ : ବଢ଼ିଲା ତୈଳ ଦର। ଆଜି ଲଗାତର ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ହୋଇଛି। ବର୍ଦ୍ଧିତ ଦାମ୍ ଅନୁସାରେ ଦିଲ୍ଲୀରେ ଗତ ୩ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ୭୬ ପଇସା ବଢିଥିବା ବେଳେ ଡିଜେଲ ୮୬ ପଇସା ବଢିଛି।

ତୈଳ କମ୍ପାନୀଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିଥିବାରୁ ଏହାର ପ୍ରଭାବ ପଡିଛି। ସେପଟେ ବର୍ଦ୍ଧିତ ତୈଳ ଦରକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

You might also like