ଏବେ ସହଜରେ ମିଳିପାରିବ ଚୋରି ହୋଇଯାଇଥିବା ମୋବାଇଲ୍‌

ନୂଆଦିଲ୍ଲୀ: ମୋବାଇଲ୍‌ ଚୋରି ହୋଇଗଲେ ଆମକୁ ବହୁତ ଦୁଃଖ ଲାଗିଥାଏ। ଆଉ ଯଦି ତାହା ନୂଆ ମୋବାଇଲ୍‌ ହୋଇଥାଏ ତେବେ ଆହୁରି ମନ ଖରାପ ହୋଇଥାଏ। ଏବେ ନା ଆପଣଙ୍କୁ ଆଉ ଦୁଃଖ ଲାଗିବ ନା ମନ ଖରାପ ହେବ। କାହିଁକି ନା ଏବେ ଚୋରି କିମ୍ବା ହଜି ଯାଇଥିବା ମୋବାଇଲ୍‌ ଆପଣଙ୍କୁ ସଜଜରେ ମିଳିପାରିବ। ଏନେଇ ଖୁବ୍‌ଶୀଘ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି।

ଯଦି ଆପଣଙ୍କର ମୋବାଇଲ୍‌ ହଜି ଯାଇଛି ତେବେ ଆପଣ ଏହାର ଅଭିଯୋଗ ଏକ ଟୋଲ୍‌ ଫ୍ରି ନମ୍ବରରେ କରିପାରିବେ।

ମିଳିଥିବା ସୂଚନା ଅନୁସାରେ, ସମସ୍ତ ମୋବାଇଲ୍‌ର ଡାଟାବେସ୍‌ ରଖୁଥିବା Central Equipment Idenity Register (CEIR) ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ଦୂର ସଞ୍ଚାର ବିଭାଗ CEIRର ଅଫିସିଆଲି(ଆନୁଷ୍ଠାନିକ) ଆରମ୍ଭ ହେବ। ଏହି ରେଜିଷ୍ଟର୍‌ରେ ସମସ୍ତ ମୋବାଇଲ୍‌ର ଡାଟାବେସ୍‌ ରହିବ। ସେଣ୍ଟ୍ରାଲ୍‌ ଇକ୍ୟୁପ୍‌ମେଣ୍ଟ୍‌ ଆଇଡେଣ୍ଟିଟି ରେଜିଷ୍ଟର୍‌କୁ C-DoT  ପ୍ରସ୍ତୁତ କରିଛି।

ଏହା ପ୍ରଥମେ ମହାରାଷ୍ଟ୍ର ସର୍କଲରେ ଆରମ୍ଭ ହୋଇଥିଲା ଏବଂ ଏହାର ଟ୍ରାୟଲ୍‌ ବି ସଫଳ ହୋଇଛି। ଚୋରି କିମ୍ବା ହଜି ଯାଇଥିବା ମୋବାଇଲ୍‌କୁ ଖୋଜିବା ପାଇଁ ଲୋକମାନେ ଏନେଇ ଅଭିଯୋଗ କରିପାରିବେ।

ସରକାରଙ୍କ ପକ୍ଷରୁ ହେଲପ୍‌ଲାଇନ୍‌ ନମ୍ବର- ୧୪୪୨୨ ଜାରି କରାଯାଇଛି। ପୁଲିସ୍‌କୁ ଅଭିଯୋଗ ମିଳିବା ପରେ ଫୋନ୍‌ ଆଉ ନେଟ୍‌ୱାର୍କରେ ଚାଲିବ ନାହିଁ। IMEI ନମ୍ବର ମାଧ୍ୟମରେ ଅପରେଟର୍ସ ମୋବାଇଲ୍‌ ନେଟ୍‌ୱାର୍କକୁ ବ୍ଲକ୍‌ କରିପାରିବେ। ଯଦି IMEI ନମ୍ବର ପରିବର୍ତ୍ତନ ହୋଇଥାଏ ତା’ପରେ ବି ମୋବାଇଲ୍‌ ବ୍ଲକ୍‌ ହୋଇପାରିବ।

ଆହୁରି ପଢ଼ନ୍ତୁ

ସୁଧ ହାର କମାଇଲା SBI

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

ସମ୍ପୂର୍ଣ୍ଣ ଭାରତୀୟ କୁହାଯାଉଥିବା Mitron ଆପ୍‌ରେ ପାକିସ୍ତାନ ଲିଙ୍କ୍‌

ଅମୃତଭଣ୍ଡା ଓ ସଜନାଗଛ ଅର୍ଥନୀତି

ଲକଡାଉନ ବେଳେ Googleର ଉପହାର ! ମାଗଣାରେ ମିଳିବ ଏହି ସେବା

ସାମସଙ୍ଗ ଗ୍ୟାଲେକ୍ସି  S20 ସିରିଜ୍‌ର ଫୋନ୍‌ ପ୍ରି ବୁକିଂ କଲେ ମିଳିବ ୫ ହଜାର ଟଙ୍କା ରିହାତି

ସଂକଟରେ ସ୍ୱିଗି କର୍ମଚାରୀଙ୍କ ଚାକିରି: ହୋଇପାରେ ହଜାରେ ଛଟେଇ

୬ ହଜାର ଟଙ୍କା ଶସ୍ତା ହେଲା OnePlusର ଏହି ସ୍ମାର୍ଟଫୋନ

Airtelର ସବୁଠୁ ଶସ୍ତା ପ୍ଲାନ ! ପାଆନ୍ତୁ ଅନଲିମିଟେଡ କଲ, ଡାଟା ମଧ୍ୟ ପାଇ ପାରିବେ

ଗ୍ରାହକଙ୍କ ପାଇଁ ଜିଓ ଆଣିଲା ସୁବର୍ଣ୍ଣ ସୁଯୋଗ: ଅନ୍ୟ ମୋବାଇଲରେ ରିଚାର୍ଜ କରି କମାନ୍ତୁ ଟଙ୍କା

ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ଓଡିଶାରେ ହାଇସ୍ପିଡ‌୍‍ ବ୍ରଡ‌୍‍ବ୍ୟାଣ୍ଡ‌୍‍ ସୁବିଧା ପାଇଁ ଜିଓ ଫାଇବର‌୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ

You might also like