ଛିଣ୍ଡୁନି ରିୟଲ ଇଷ୍ଟେଟ୍ ଟିକସ ମାମଲା

ନୂଆଦିଲ୍ଲୀ: ରିୟଲ୍ ଇଷ୍ଟେଟ୍ କ୍ଷେତ୍ରକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର କେଉଁ ଥାକରେ ରଖାଯିବ ତାହା ଏ ଯାଏ ସ୍ଥିର ହୋଇ ପାରିନାହିଁ। ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦ ବୈଠକ ବସିଥିବା ବେଳେ ଏ ସମ୍ପର୍କିତ ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଥିଲା।

କିନ୍ତୁ ଏଥିରେ କୌଣସି ନିଷ୍ପତ୍ତି ନିଆଯାଇ ପାରିଲାନାହିଁ। ବୈଠକ ପରେ ଜେଟ୍‌ଲୀ କହିଛନ୍ତି, ରିୟଲ ଇଷ୍ଟେଟ୍‌ ଏବଂ ଲଟେରି ଉପରେ କେତେ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ ତାହା ଆସନ୍ତା ରବିବାର ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ।

ସେହିପରି ଜିଏସ୍‌ଟି ଆର୍‌-୩ବିରେ ବିକ୍ରି ରିଟର୍ଣ୍ଣ ଫାଇଲ୍‌ କରିବା ସକାଶେ ଫେବୃଆରୀ ୨୦ ଡେଡ୍‌ଲାଇନ୍‌ ଥିବା ବେଳେ ଏହାକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ସେହିପରି ଜମ୍ମୁ-କଶ୍ମୀର ପାଇଁ ଏହାକୁ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।