କାର୍‌ ଦର ବଢ଼ାଇଲା ମାରୁତି ସୁଜୁକି

ନୂଆଦିଲ୍ଲୀ: ‘ମାରୁତି ସୁଜୁକି ଇଣ୍ଡିଆ’ ଭାରତରେ ଏକ ବୃହତ୍‌ କାର୍‌ ଉତ୍ପାଦନକାରୀ ସଂସ୍ଥା ଭାବେ ପରିଗଣିତ। ଏହି ସଂସ୍ଥା ତାର ସମସ୍ତ କାର୍‌ର ମୂଲ୍ୟ ୬,୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। କମ୍ପାନୀର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବସ୍ତୁ ଓ ବିତରଣ ମୂଲ୍ୟ ବୃଦ୍ଧି ଓ ପ୍ରତିକୂଳ ବିଦେଶ ମୁଦ୍ରାନୀତି ଯୋଗୁ ଏହି ଦର ବୃଦ୍ଧି କରାଯାଇଛି।

ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ସଂଖ୍ୟକ ହ୍ରାସ ହୋଇଥିଲା। ଯାହାର ପ୍ରଭାବ ଭାରତୀୟ ବଜାରରେ ଦେଖିବାକୁ ମିଳିଥିଲା।

ଖବର ଅନୁସାରେ ମାରୁତି ସମେତ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା, ଟାଟା ମୋଟର୍ସ ଓ ହୋଣ୍ଡା ଇଣ୍ଡିଆ ଆଦି କାର୍‌ କମ୍ପାନି ଗୁଡ଼ିକ ମଧ୍ୟ କାର୍‌ ଦର ବୃଦ୍ଧି କରିଛନ୍ତି। ଏହି ନୂଆଦର ସବୁ ମଡେଲ୍‌ରେ ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ ଅବଗତ କରାଯାଇଛି।

ସେପଟେ ସେପ୍ଟେମ୍ବର ମାସ ପରେ ମର୍ସିଡିଜ୍‌ ବେଞ୍ଜ୍‌ ମଧ୍ୟ ଭାରତରେ ୪% ଦର ବୃଦ୍ଧି କରିବ ବୋଲି ଘୋଷଣା କରିଛି।

You might also like