ବଢ଼ିଲା ସୁନା ଦର, ରୂପା ବି ହେଲା ମହଙ୍ଗା

ନୂଆଦିଲ୍ଲୀ: ଲଗାତାର ତିନି ଦିନ ଧରି ସୁନା ଦର ହ୍ରାସ ପାଇବା ପରେ ପୁଣିଥରେ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଦିନ ୧୧ଟା ୨୨ ମିନିଟ୍‌ରେ Multi Commodity Exchange(MCX)ରେ ସୁନା ଦର ୧୬୭ ଟଙ୍କା ବୃଦ୍ଧି ସହ ପ୍ରତି ୧୦ ଗ୍ରାମକୁ ୪୯,୧୫୦ ଟଙ୍କାରେ କାରବାର ହୋଇଥିଲା। ସେହିପରି ରୂପା ଦର ୩୫୬ ଟଙ୍କା ବୃଦ୍ଧି ସହ ପ୍ରତି କିଲୋଗ୍ରାମକୁ ୬୬,୩୯୨ ଟଙ୍କାରେ କାରବାର ହୋଇଥିଲା।

ଅନ୍ତରାଷ୍ଟ୍ରୀୟ ବଜାରରେ ବହୁ ମୂଲ୍ୟ ଧାତୁର ଚାହିଦା ବଢ଼ିବା ଯୋଗୁ ଦିଲ୍ଲୀର saraf bazarରେ ମଙ୍ଗଳବାର ସୁନା ଦର ୧୯୮ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୪୮,୪୮୦ ଟଙ୍କାରେ ପହଞ୍ଚିଥିଲା ବୋଲି ସୂଚନା ମିଳିଛି। ଏହାର ପୂର୍ବଦିନ ଅର୍ଥାତ୍‌ ସୋମବାର ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮,୨୮୨ ଟଙ୍କାରେ କାରବାର ବନ୍ଦ ହୋଇଥିଲା। ସେହିପରି ରୂପା ଦର ମଙ୍ଗଳବାର ୧,୦୦୮ ଟଙ୍କା ବୃଦ୍ଧି ପାଇ ପ୍ରତି କିଲୋଗ୍ରାମକୁ ୬୫,୩୪୦ ଟଙ୍କାରେ ପହଞ୍ଚି ଥିଲା। ସୋମବାର ଦିନ ରୂପା ଦର ପ୍ରତି କିଲୋଗ୍ରାମକୁ ୬୪,୩୩୨ ଟଙ୍କା ଥିଲା। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୯,୦୧୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୬, ୫୦୦ଟଙ୍କା ରହିଛି।

ଚଳିତ ବର୍ଷରେ ବି ସୁନାର ଦାମ ବଢିବ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି।ଚଳିତ ବର୍ଷ ଏହା ଏକ ବଡ଼ ଧରଣର ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ୨୦୨୧ରେ ବି ସୁନା କାରବାର ଅଧିକ ରହିବ। କିନ୍ତୁ ଯେଉଁମାନେ ସୁନାରେ ଟଙ୍କା ବିନିଯୋଗ କରିଛନ୍ତି ତାହା ଲାଭ ଦାୟକ ରହିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

୨୦୨୦ ବର୍ଷରେ ବିଶ୍ୱ ବଜାରରେ ସୁନା ୨୩ ପ୍ରତିଶତ ମହଙ୍ଗା ହୋଇଥିଲା। ଏହାପୂର୍ବରୁ ୨୦୧୯ରେ ସୁନା ମୂଲ୍ୟରେ ବୃଦ୍ଧି ହାର ଦୁଇ ଅଙ୍କରେ ଥିଲା।

You might also like