Jio.comରେ jio phone 2ର ୨ୟ ପର୍ଯ୍ୟାୟ ଫ୍ଲାଶ୍ ସେଲ୍‌

ହାତ ଛଡା କରନ୍ତୁନି ଏହି ମଉକା

ପୁଣି ଗୁରୁବାର ପୂର୍ବାହ୍ନ୧୨ଟାରେ Jio.comରେ jio phone 2ର ସେଲ୍‌ ଆରମ୍ଭ ହୋଇଛି । ପାଖାପାଖି ୨ ସପ୍ତାହର ବ୍ୟବଧାନ ପରେ ଏହି jio phone 2ର ଫ୍ଲାଶ୍ ସେଲ୍‌  କରାଯାଇଛି ।  ପ୍ରଥମ ସେଲ୍‌ କିଛି ମିନିଟ୍‌ରେ ସରିଯାଇଥିଲା।  ଏହି ସମୟରେ ଅନେକ ୟୁଜରଙ୍କୁ  ‘page under maintenance’ ର ମେସେଜ୍‌ ମିଳିଥିଲା।

jio phone 2ର ଦାମ୍‌ 

ଗତ ମାସର ଶେଷ ଭାଗରେ ଭାରତୀୟ ବଜାରକୁ ଆସିଛି ଏହି ସ୍ମାର୍ଟ୍‌ ଫୋନ୍‌ jio phone 2 । ମାତ୍ର ୨,୯୯୯ ଟଙ୍କାରେ ମିଳୁଥିବା ଏହି ସ୍ମାର୍ଟ୍‌ ଫୋନ୍‌ରେ 4ଜିର ୫ଟି ବିଶେଷ ଫିଚର୍‌ ମଧ ଉପଲବ୍ଧ।

jio phone 2 ରେ ଥିବା ଫିଚର୍‌ 

ଏବେ ସ୍ମାର୍ଟ୍‌ ଫୋନ୍‌ରେ ଫେସ୍‌ବୁକ୍‌, ୟୁଟ୍ୟୁବ୍‌, ହ୍ୱାଟସ୍‌ଆପ୍‌ ଏବଂ ଗୁଗୁଲ୍‌ ମ୍ୟାପ୍‌ସ୍‌ର ଆବଶ୍ୟକତା ଅଧିକ ରହିଛି। ତେବେ ଅଧିକାଂଶ ଛୋଟ ଫିଚର୍‌ ଫୋନ୍‌ରେ ଏସବୁର ସୁବିଧା ନଥାଏ। କିନ୍ତୁ ରିଲାଏନ୍‌ସ୍‌ jio phone 2 ରେ ଏସବୁ ଫିଚର୍‌ ରଖିଛି।

ଆଣ୍ଡ୍ରଏଡ୍‌ ଏବଂ ସ୍ମାର୍ଟ ଫୋନ୍‌ରେ ଏହି ସମସ୍ତ ଫିଚର୍‌ ସୁବିଧା ପାଇବାକୁ ହେଲେ, ସର୍ବନିମ୍ନ ୫୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। କିନ୍ତୁ ଏ ସମସ୍ତ ସୁବିଧା ଥିବା ଜିଓ ଫୋନ୍‌ ଟୁ’ ମାତ୍ର ୨,୯୯୯ ଟଙ୍କାରେ ମିଳୁଛି।

ଜିଓ ଫୋନ୍‌ ଟୁ’ରେ ପ୍ରଥମ ଥର ପାଇଁ ଭଏସ୍‌ ଆସିସ୍‌ଷ୍ଟାଣ୍ଟ୍‌ ଫିଚର୍‌ ସୁବିଧା ରହିଛି। ଏହି ସୁବିଧା ଆପଣଙ୍କୁ  MyJio appରେ Hello Jio ଫିଚର୍‌ରେ ଉପଲବ୍ଧ ହେବ, ଯାହା ଇଂରାଜୀ ଏବଂ ହିନ୍ଦୀରେ ରହିଛି। ବର୍ତ୍ତମାନ ଏହି ଆସିସ୍‌ଷ୍ଟାଣ୍ଟ୍‌ ଆପଣଙ୍କୁ voice-control searchର ସୁବିଧା ଦେବା ସହିତ ଖେଳ ସ୍କୋର୍‌, ଗୀତ ଶୁଣିବା ଏବଂ ପାଣିପାଗ ବିଷୟରେ ମଧ୍ୟ ସୂଚନା ଦେବ।

ଜିଓ ଫୋନ୍‌ ଟୁ’ ବ୍ୟବହାରକାରୀଙ୍କ ପାଇଁ ଏହି ଫୋନ୍‌ରେ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଆପ୍‌ର ସୁବିଧା ରହିଛି। ଜିଓଟିଭି, ଜିଓସିନେମା, ଜିଓମ୍ୟୁଜିକ୍‌ ଆପ୍‌ ସହିତ music streaming  ଏବଂ downloadsର ସୁବିଧା ମଧ୍ୟ ରହିଛି। ଏହି ପ୍ରକାର ମନୋରଞ୍ଜନ ଦେଉଥିବା ଫିଚର୍ ଆପ୍‌କୁ ଅନ୍ୟ ସାର୍ଟ୍‌ ଫୋନ୍‌ରେ ଅଣଦେଖା କରାଯାଉଥିଲା। କିନ୍ତୁ ରିଲାଏନସ୍‌ ଏହି ପୁରୁଣା ଆପ୍ ସବୁକୁ ଆଣି ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

You might also like
Comments
Loading...