ଜିଓର ସବୁଠାରୁ ଶସ୍ତା ପ୍ଲାନ, ରହିଛି ଏହିସବୁ ସୁବିଧା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ଆଜି ଅଲ‌୍‍-ଇନ‌୍‍-ୱାନ ପ୍ଲାନ ଘୋଷଣା କରିଛି। ଯଦିଓ ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ‌୍‍ ଉପଭୋକ୍ତାଙ୍କ ପାଇଁ  ଅଲ‌୍‍-ଇନ‌୍‍-ୱାନ ପ୍ଲାନ ଘୋଷଣା କରାଯାଇଥିଲା, ତେବେ ଏହି ପ୍ଲାନରେ ରିଲାଏନ୍ସ ଜିଓ ଡାଟା ସହିତ ଜିଓରୁ ଜିଓ ଏବଂ ଅନ୍ୟ ନେଟର୍ୱକୁ କଲିଂ ବ୍ୟବସ୍ଥା ମଧ୍ୟ ସାମିଲ କରାଯାଇଛି।

ଜିଓ ଫୋନ‌୍‍ର ଏହି ନୂତନ ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ସରଳ ହେବା ସହିତ ଏହାକୁ ବୁଝିବା ପାଇଁ ମଧ୍ୟ ସହଜ ହେବ। ଜିଓ ନେଟୱର୍କରେ ଅସୀମିତ ଭଏସ କଲିଂ ଏବଂ ଡାଟା ବ୍ୟବହାର ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଏକ ୭୫ଟଙ୍କାର ପ୍ଲାନ ଜାରି କରାଯାଇଛି  ଯାହା ଦେଶର ସବୁଠାରୁ ଲାଭପ୍ରଦ ଯୋଜନା ବୋଲି ଦାବି କରାଯାଇଛି। ମାସିକ ୭୫ଟଙ୍କାର ଏହି ପ୍ଲାନରେ ୫୦୦ମିନିଟ‌୍‍ର ଅନ୍ୟ ନେଟୱର୍କ କଲିଂ ସହିତ ୩ଜିବି ଡାଟା ଉପଲବ୍ଧ ହେବ । ଏଥି ସହିତ ପୂର୍ବଭଳି ଜିଓରୁ ଜିଓକୁ ମାଗଣା ଅସୀମିତ କଲ‌୍‍ ବ୍ୟବସ୍ଥା ମଧ୍ୟ ରହିବ।

ଜିଓ ତା’ର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆଉ ତିନୋଟି ଅଲ‌୍‍-ଇନ‌୍‍-ୱାନ ପ୍ଲାନ ମଧ୍ୟ ଘୋଷଣା କରିଛି, ଯାହାର ମୂଲ୍ୟ ୧୨୫ଟଙ୍କା, ୧୫୫ଟଙ୍କା ଏବଂ ୧୮୫ଟଙ୍କା ରହିଛି। ସମସ୍ତ ପ୍ଲାନରେ ଜିଓରୁ ଜିଓ ଅସୀମିତ ମାଗଣା କଲିଂ ସୁବିଧା  ସହ ୫୦୦ ମିନିଟ‌୍‍ର ଅନ୍ୟ ନେଟୱର୍କକୁ କଲିଂ ସୁବିଧା ରହିଛି। ଏହି ସମସ୍ତ ପ୍ଲାନର ଅବଧି ଏକମାସ (୨୮ଦିନ) ରହିଛି।

ଏହି ପ୍ଲାନଗୁଡ଼ିକର ଆଉ ଏକ ବଡ଼ ଦିଗ ହେଲା, ମାତ୍ର ୩୦ଟଙ୍କା ଅତିରିକ୍ତ ଦେୟ ଭରଣା କରି ଗ୍ରାହକମାନେ ସେମାନଙ୍କ ଡାଟାକୁ ଦୁଇଗୁଣିତ କରିପାରିବେ। ୧୨୫ଟଙ୍କା ପ୍ଲାନରେ ୧୪ଜିବି ଡାଟା ମିଳୁଥିବା ବେଳେ ୧୫୫ ଟଙ୍କା ପ୍ଲାନ୍‌ରେ ୨୮ ଜିବି ଡାଟା, ୧୮୫ ଟଙ୍କାରେ ୫୬ ଜିବି ଡାଟା ଉପଲବ୍ଧ ହେଉଛି। କିନ୍ତୁ ଯଦି ଜଣେ ଗ୍ରାହକ ଏହି ପ୍ଲାନ ସହ ଆଉ ୩୦ଟଙ୍କା ଲେଖାଏ ପୈଠ କରି ୧୫୫ଟଙ୍କାର ପ୍ଲାନ କ୍ରୟ କରନ୍ତି, ତାଙ୍କର ଡାଟା ୨୮ଜିବି ହୋଇଯିବ। ସେହିପରି ୧୫୫ଟଙ୍କାର ପ୍ଲାନରେ ଅତିରିକ୍ତ ୩୦ଟଙ୍କା ଯୋଡ଼ିଲେ ୧୮୫ଟଙ୍କା ପ୍ଲାନ ଉପଲବ୍ଧ ହେବା ସହ ଗ୍ରାହକଙ୍କ ଡାଟା ସୀମା ଦୁଇଗୁଣିତ ହୋଇ ୫୬ଜିବି ହେବ।

ଅନ୍ୟ କମ୍ପାନୀମାନଙ୍କ ତୁଳନାରେ ଏହି ପ୍ଲାନରେ ଜିଓ ୨୫ଗୁଣ ଅଧିକ ଡାଟା ଉପଲବ୍ଧ କରାଉଛି ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଜିଓ ଫୋନ‌୍‍ ପାଇଁ ପୂର୍ବରୁ ରହିଥିବା ସମସ୍ତ ପ୍ଲାନ‌୍‍ ଯଥାବତ‌୍‍ ଜାରି ରହିବ କମ୍ପାନୀ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

ଚାଇନାରେ ୫ଜି

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା, ବିଏସ୍‌ଏନ୍‌ଏଲ୍‌ ଆଣିଲା ନୂଆ ପ୍ଲାନ୍‌

ଦୀପାବଳି ପାଇଁ ଏହି ଟେଲିକମ୍‌ କମ୍ପାନୀ ଗ୍ରାହକଙ୍କୁ ଦେଉଛି ମାଗଣା କଲ୍‌ ସୁବିଧା

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

କମୁଛି ଗାଡ଼ି ବିକ୍ରି; ଅଫର ଦେଲେ ବି ଲୋକ ନେଉ ନାହାନ୍ତି

ଏବେ ଏହି ଜିଓ ଗ୍ରାହକଙ୍କୁ ଆଇୟୁସି ଚାର୍ଜ ଦେବାକୁ ପଡ଼ିବନି

କାର୍ କିଣିବାକୁ ଚାହୁଁଛନ୍ତି କି ? ମାରୁତି ସୁଜୁକି ଦେଉଛି ନୂଆ ଅଫର

ଏବେ ସହଜରେ ମିଳିପାରିବ ଚୋରି ହୋଇଯାଇଥିବା ମୋବାଇଲ୍‌

ଖୁବ୍‌ ଶୀଘ୍ର ଫେସ୍‌ବୁକ୍‌ରେ ବନ୍ଦ ହେବାକୁ ଯାଉଛି ଆପଣଙ୍କର ସବୁଠୁ ପସନ୍ଦର ଫିଚର

ମାତ୍ର ୧୩ ମିନିଟ୍‌ରେ ଚାର୍ଜ ହେବ ଏହି ଫୋନ୍‌

ଗ୍ରାହକଙ୍କୁ ଜିଓ ଦେଇପାରେ ସ୍ପେଶାଲ୍‌ ସର୍‌ପ୍ରାଇଜ୍‌

You might also like