୪% ହ୍ରାସ ପାଇଛି ଭାରତର ଅଶୋଧିତ ତୈଳ ଉତ୍ପାଦନ

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତରେ ଅଶୋଧିତ ତୈଳ ଉତ୍ପାଦନ ପରିମାଣ ୪% ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଏବଂ ଅଏଲ୍‌ ଇଣ୍ଡିଆ ଲିମିଟେଡ୍(ଓଆଇଏଲ୍) ନିଜର ଉତ୍ପାଦନ ଲକ୍ଷ୍ୟ ହାସଲ କରି ନ ପାରିବାରୁ ଏଭଳି ଘଟିଛି। ଗୁରୁବାର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜଣା ପଡ଼ିଛି।

ସୂଚନା ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ମୋଟ ୩୫.୭ ମିଲିୟନ ଟନ ଅଶୋଧିତ ତୈଳ ଉତ୍ପନ ହୋଇଥିବା ବେଳେ ୨୦୧୮-୧୯ରେ ଏହା ୪% ହ୍ରାସ ପାଇ ୩୪.୨ ମିଲିୟନ ଟନକୁ ଖସି ଆସିଛି।

ଓନ୍‌ଜିସିର ଉତ୍ପାଦନ ୨୨.୨୫ ମିଲିୟନ ଟନ୍‌ରୁ ୨୧ ମିଲିୟନ ଟନ୍‌କୁ ଖସି ଆସିଥିବା ବେଳେ ଓଆଇଏଲ୍‌ର ଉତ୍ପାଦନ ୩.୩ ମିଲିୟନ ଟନ୍‌ରୁ ୨.୫ ମିଲିୟନ ଟନ୍‌କୁ ଖସି ଆସିଛି।

You might also like