ଚଳିତ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ୭୦% ବୃଦ୍ଧି

ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷରେ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ୭୦% ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୨୦୧୭ ଅଗଷ୍ଟ ସୁଦ୍ଧା ୩.୧୭ କୋଟି ଆୟକର ରିଟର୍ଣ୍ଣ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏହା ବୃଦ୍ଧି ପାଇ ୫.୪୨ କୋଟିରେ ପହଞ୍ଚିଛି। ମନ୍ତ୍ରାଳୟ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ୩ କୋଟିରୁ ଅଧିକ ବେତନଭୋଗୀ କର୍ମଚାରୀ ଆୟକର ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି।

ଚଳିତ ଆର୍ଥିକ ବର୍ଷରେ ରିଟର୍ଣ୍ଣ ଫାଇଲ୍‌ ବୃଦ୍ଧି ପାଇବାର କାରଣ

ଜୋରିମାନା ପାଇଁ ଡର ଚଳିତ ବର୍ଷର ନିୟମ ଅନୁଯାୟୀ ଆୟକର ରିଟର୍ଣ୍ଣରେ ବିଳମ୍ବ ହେଲେ ୫୦୦୦ ଟଙ୍କା ଜୋରିମାନା ରଖାଯାଇଥିଲା। ଏତଦ୍‌ ବ୍ୟତୀତ ଯଦି ଆୟକର ଦାଖଲକାରୀ ଡିସେମ୍ବର ୩୧ ସୁଦ୍ଧା ରିଟର୍ଣ୍ଣ ଫାଇଲ୍‌ ନକରନ୍ତି ତାହେଲେ ତାଙ୍କୁ ୧୦,୦୦୦ ଟଙ୍କା ଜରିମାନା ଦେବା ପାଇଁ ପଡ଼ିଥା’ନ୍ତା। ତେବେ ୫ଲକ୍ଷରୁ କମ୍‌ ଆୟ କରୁଥିବା ଲୋକଙ୍କ ପାଇଁ ଜରିମାନାର ପରିମାଣ ୧୦୦୦ ଟଙ୍କାରେ ସୀମିତ ରଖାଯାଇଥିଲା।

ରିଟର୍ଣ୍ଣ ଫାଇଲ୍‌ର ଅବଧି ବୃଦ୍ଧି- ଚଳିତ ବର୍ଷ ଆୟକର ବିଭାଗ ରିଟର୍ଣ୍ଣ ଫାଇଲ୍‌ର ଶେଷ ତାରିଖ ଜୁଲାଇ ୩୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଫଳରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଘରୋଇ ଉଦ୍ୟୋଗଗୁଡ଼ିକ ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଆଉ ଗୋଟିଏ ମାସ ଅଧିକ ସମୟ ପାଇଥିଲେ।

You might also like
Comments
Loading...