ରେକର୍ଡ ଭାଙ୍ଗିଲା ସୁନା ଦର

ନୂଆଦିଲ୍ଲୀ: ଲଗାତାର ଭାବେ ସୁନା ଦର ବଢ଼ିବାରେ ଲାଗିଛି। ଆଜି ଭାରତୀୟ ବଜାରରେ ସୁନା ଦର ସବୁଠୁ ରେକର୍ଡ ଭାଙ୍ଗି ୩୮ ହଜାରରେ ପହଞ୍ଚିଛି। ସପ୍ତାହେ ଧରି ସୁନା ଦର ବଢ଼ିବାରେ ଲାଗିଛି।

ମୁମ୍ବାଇ ବଜାରରେ ସୁନା ଦର ଆଜି ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବାବେଳେ ପାଖାପାଖି ଏହି ଦର ଅନ୍ୟ ରାଜ୍ୟରେ ରହିଛି। ଗତକାଲିଠୁ ଆଜି ମଧ୍ୟରେ ପ୍ରାୟ ହଜାରେ ଟଙ୍କା ସୁନାର ଦର ବଢ଼ିଛି।

ଆମେରିକା ଏବଂ ଚୀନ୍‌ ମଧ୍ୟରେ ଟ୍ରେଡ୍‌ ୱାର୍(ବାଣିଜ୍ୟକ ଯୁଦ୍ଧ)କୁ ନେଇ ବହୁ ମୂଲ୍ୟ ଧାତୁର ଦର ବୃଦ୍ଧି ଘଟିଛି।

You might also like