
ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି
ଭୁବନେଶ୍ୱର : ଅାଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ପ୍ରାୟ ୧୦ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ମୁମ୍ବାଇରେ ୯୦ ଟଙ୍କା ପାର କରିଛି ପେଟ୍ରୋଲ।
ମୁମ୍ବାଇରେ ୯ ପଇସା ବଢି ପେଟ୍ରୋଲ ଲିଟର ପ୍ରତି ୯୦ ଟଙ୍କା ୮୪ ପଇସାରେ ପହଞ୍ଚିଛି । ଦିଲ୍ଲୀରେ ମଧ୍ୟ ୯ ପଇସା ବଢି ପେଟ୍ରୋଲ ଲିଟର ୮୩ ଟଙ୍କା ୪୯ ପଇସାରେ ପହଞ୍ଚିଛି।
ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦ ପଇସା ବଢି ୮୬ ଟଙ୍କା ୮୦ ପଇସା ଏବଂ କୋଲକାତାରେ ୮୫ଟଙ୍କା ୩୦ ପଇସାକୁ ବୃଦ୍ଧି ପାଇଛି। ସେପଟେ ଡିଜେଲ ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ଡିଜେଲ ଦର ୭୪ ଟଙ୍କା ୭୫ ପଇସାରେ ପହଞ୍ଚିଛି। ମୁମ୍ବାଇରେ ଡିଜେଲ ମୂଲ୍ୟ ବଢି ପାଖାପାଖି ୮୦ ଟଙ୍କାରେ ପହଞ୍ଚିଛି ।