IPhoneର ଦାମ୍‌ ୯୧ ଲକ୍ଷ ଟଙ୍କା !

ନୂଆଦିଲ୍ଲୀ: IPhone ମହଙ୍ଗା , ଏକଥା ସମସ୍ତେ ଜାଣନ୍ତି । ହେଲେIPhone ର ଦାମ ୯୧ ଲକ୍ଷ ଟଙ୍କା ! ଏମିତି ଏକ IPhone  ମାର୍କେଟକୁ ଆସିଛି ଯାହାର ଦାମ୍‌ ୯୧ ଲକ୍ଷ ଟଙ୍କା। କମ୍ପାନୀ ଏହି ଫୋନରେ ଅନେକ ସ୍ପେଶାଲ ଫିଚର ସବୁ ରଖିଛି ଯାହାକି ଅନ୍ୟ ମୋବାଇଲଠାରୁ ଏହାକୁ ସ୍ୱତନ୍ତ୍ର କରିଛି। ତା’ଛଡା IPhoneର ଲକ୍‌ଜୁରୀ ମେକ୍‌ଅପର ଟ୍ରେଣ୍ଡ ଦିନକୁ ଦିନ ବଢୁଛି। ଏ ଦିଗରେ ଋଷିଆ ଡିଜାଇନର କମ୍ପାନୀ କେଭିଅର ସବୁଠାରୁ ଆଗରେ। 

ଏହି ମୋବାଇଲରେ କମ୍ପାନୀ ଚଳିତବର୍ଷ IPhone 11 Proକୁ ଡାଇମଣ୍ଡ ମେକ୍‌ଓଭର ଦେଇଛି। ଏଥିରେ ଡାଇମଣ୍ଡ ସହ ସୁନା ମଧ୍ୟ ବ୍ୟବହାର କରାଯାଇଛି। ଏହି ନୂଆ ଡିଜାଇନ୍‌ର IPhone ନାମ ରଖାଯାଇଛି Credo Christmas Star Diamond IPhone 11 ।

କେଭିୟର କମ୍ପାନୀ ଏହି ଫୋନର ରିଡିଜାଇନ୍‌ କିରବା ବେଳେ ଏହର ପଛଭାଗରେ କ୍ରିସ୍‌ମାସ୍‌ର ଦୃଶ୍ୟ ରଖିଛି। ଏଥିରେ ଜେସସ୍‌, ମେରୀ ଏବଂ ଜୋସେଫଙ୍କୁ ଦେଖିବାକୁ ମିଳିଛି। ଏଥିରେ କମ୍ପାନୀ ସୁନାର ବ୍ୟବହାର କରଛି।

IPhoneର ଦାମ ୧୨୯,୦୦୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୯୧ ଳକ୍ଷ ୨୦ ହଜାର ଟଙ୍କା। ଯଦି ଏହାର ଦାମ୍‌ ଆପଣଙ୍କୁ ଅଧିକ ଲାଗୁଛି ତେବେ ଆପଣ ଡାଇମଣ୍ଡ ଭର୍ସନକୁ ବାଦ୍‌ ଦେଇପାରିବେ ଯାହାର ଦାମ ପଡ଼ିବ ୬୦୦୦ ଡଲାର ଅର୍ଥାତ୍‌ ୪ ଲକ୍ଷ ୨୪ ହଜାର ଟଙ୍କା। 

ଏହାକୁ ଏକ ସ୍ୱତନ୍ତ୍ର ଷ୍ଟୋନ୍‌ରେ ତିଆରି କରାଯାଇଛି। କମ୍ପାନୀ ଏହାର ସିଲ୍‌ଭର ଭେରାଇଟି ମଧ୍ୟ ପ୍ରସ୍ତୁତ କରିଛି ଯାହାର ଦାମ୍‌ ରହିଛି ପାଖାପାଖି ୯୦୦୦ ଡଲାର ଅର୍ଥାତ ୬ ଲକ୍ଷ ୩୬ ହଜାର ଟଙ୍କା।

ଆହୁରି ପଢ଼ନ୍ତୁ

ରାଇଟ୍‌ସ ଇସ୍ୟୁରୁ ୫୩,୧୨୪.୨୦ କୋଟି ଟଙ୍କା ହାସଲ କଲା ରିଲାଏନ୍ସ

୨ ହଜାର କୋଟି ଟଙ୍କା ନିବେଶ କରିବ ମିତ୍ତଲ

ପୁଣି ବଢ଼ିଲା ସୁନା ଦର

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ବର୍ଷକ ପାଇଁ ମାଗଣାରେ ମିଳିବ ଏହି ସୁବିଧା

ଜିଓ ପ୍ଲାଟଫର୍ମସ୍‌ରେ ୯ହଜାର କୋଟି ଟଙ୍କା ନିବେଶ କରିବ ଆବୁଧାବିର କମ୍ପାନୀ

ସୁଧ ହାର କମାଇଲା SBI

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

ସମ୍ପୂର୍ଣ୍ଣ ଭାରତୀୟ କୁହାଯାଉଥିବା Mitron ଆପ୍‌ରେ ପାକିସ୍ତାନ ଲିଙ୍କ୍‌

ଅମୃତଭଣ୍ଡା ଓ ସଜନାଗଛ ଅର୍ଥନୀତି

ଲକଡାଉନ ବେଳେ Googleର ଉପହାର ! ମାଗଣାରେ ମିଳିବ ଏହି ସେବା

ସାମସଙ୍ଗ ଗ୍ୟାଲେକ୍ସି  S20 ସିରିଜ୍‌ର ଫୋନ୍‌ ପ୍ରି ବୁକିଂ କଲେ ମିଳିବ ୫ ହଜାର ଟଙ୍କା ରିହାତି

ସଂକଟରେ ସ୍ୱିଗି କର୍ମଚାରୀଙ୍କ ଚାକିରି: ହୋଇପାରେ ହଜାରେ ଛଟେଇ

You might also like