ଏଟିଏମ୍ରେ ଟଙ୍କା ଉଠାଣକୁ ନେଇ ନୂଆ ନିୟମ
ନୂଆଦିଲ୍ଲୀ: ଏଟିଏମ୍ରେ ଜାଲିଆତି କରି ଟଙ୍କା ଉଠାଣ ତଥା ଠକାମିରୁ ଗ୍ରାହକମାନେ କିଭଳି ଏଥିରୁ ବର୍ତ୍ତିବେ ସେନେଇ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି।
ଏଣିକି ଏଟିଏମ୍ରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ହେଲେ ୱାନ୍ ଟାଇମ୍ ପାସ୍ୱାର୍ଡ(OTP)ର ଆବଶ୍ୟକତା ପଡ଼ିବ। ଫଳରେ ନା ଆଉ ଏଥିରେ ଜାଲିଆତି କରିହେବ ନା କିଛି ଠକାମି।
ନୂଆ ନିୟମ ଅନୁଯାୟୀ, ଏଟିଏମ୍ରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ହେଲେ OTP ଆବଶ୍ୟକ ହେବ। ଏହି OTP ଗ୍ରାହକଙ୍କ ମୋବାଇଲ୍କୁ ଆସିବ ଓ ଏହି OTP ନମ୍ବର ଦେଇ ଗ୍ରାହକ ଟଙ୍କା ଉଠାଇ ପାରିବେ। ରାଷ୍ଟ୍ରାୟତ୍ତ କାନାରା ବ୍ୟାଙ୍କ ପ୍ରଥମେ ଏହି ନୂଆ ନିୟମ କାର୍ଯ୍ୟକାରୀ କରିଛି। ଷ୍ଟେଟ ବ୍ୟାଙ୍କ ମଧ୍ୟ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
#ATM users #BeAware pic.twitter.com/pFgYYtr4UI
— Canara Bank (@canarabank) August 26, 2019