ରାଜ୍ୟରେ କମୁଛି ସଂକ୍ରମଣ ହାର, ସ୍ଥିତି ଦେଖି ହେବ ଅନ୍‌ଲକ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଏନେଇ ସୂଚନା ଦେଇଛନ୍ତି DMET ସିବିକେ ମହାନ୍ତି । ସେ ଆଜି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ହେବାର ଦେଖାଯାଉଛି । ଏବେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ସହ ଆଗକୁ ମୃତ୍ୟୁ ସଂଖ୍ୟା ବି କମିବ ବୋଲି ସେ କହିଛନ୍ତି । ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିଲା ।

ତେବେ ସବୁଠାରୁ ବଡ଼ କଥା ହେଲା, କରୋନା କମୁଛି ଭାବି ଲୋକ ସଚେତନ ନହେଲେ ପୁଣି ବିପଦ ଫେରିବ ବୋଲି DMET ସିବିକେ ମହାନ୍ତି କଡ଼ା ଚେତାବନୀ ଦେଇଛନ୍ତି । ଲକଡାଉନ ଯୋଗୁ ଗରିବ ଲୋକ, ବୁଲା ବେପାରୀ ଅସୁବିଧା ଭୋଗୁଛନ୍ତି ତେଣୁ ପରିସ୍ଥିତିକୁ ଦେଖି ଅନ୍‌ଲକ୍ ପ୍ରକ୍ରିୟା ଲାଗୁ ନେଇ ନିଷ୍ପତ୍ତି ନିଆଯିବ ।

ଅନ୍ୟପଟେ ସଂକ୍ରମଣ ହ୍ରାସ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମଧ୍ୟ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଥିବା ସେ କହିଥିବା ବେଳେ ରାଜ୍ୟରେ ପୂର୍ବ ସ୍ଥିତିରେ ଉନ୍ନତି ଆସୁଥିବା ସେ କହିଛନ୍ତି । ଅନ୍ୟପଟେ ଦୈନିକ ସଂକ୍ରମଣ ଓ ଆକ୍ଟିଭ କେସ୍ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଯେଉଁଠି ପଜିଟିଭ ହାର ଅଧିକ ଅଛି ସେଠି ଟେଷ୍ଟିଂ ଜୋରଦାର କରାଯାଉଛି । ରଜ ପରେ ରିଭ୍ୟୁ ହେବ, ପରିସ୍ଥିତି ଦେଖି ଯାହାକିଛି ନିଷ୍ପତ୍ତି ନିଆଯିବ । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମୁଛି ସେଠି ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।

You might also like