ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ ୩ ଦଳରେ ଚାଲିଛ ଅଙ୍କ କଷା

ଭୁବନେଶ୍ୱର: ସରିଯାଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏବେ ଏହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ନିଜନିଜର ଦମ୍ଭ ଦେଖାଇବା ଆରମ୍ଭ କରିଦେଇଛନ୍ତି। ସରକାରରେ ଥିବା ବିଜେଡି ପୂର୍ବ ପ୍ରଦର୍ଶନ ଠାରୁ ଆହୁରି ଭଲ କରିବ ବୋଲି କହିଥିବା ବେଳେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟ ନିଜ ଦମ୍ଭ ଦେଖାଇଛନ୍ତି। ରାଜ୍ୟରେ ଗଲା ୪ ପାଳି ହେଲା ସରକାର ଗଢ଼ିଥିବା ବିଜେଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ୪ ରୁ ୪ ଲୋକସଭା ଏବଂ ୨୮ ବିଧାନସଭାରୁ ୨୭ ବିଧାନସଭା ଆସନ ଅକ୍ତିଆର କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି।

ସେପଟେ କଂଗ୍ରେସ କହିଛି ୪ରୁ ୪ ଲୋକସଭା ଆସନ ଅକ୍ତିଆର କରିବା ସହିତ ୨୦ରୁ ଅଧିକ ବିଧାନସଭା ଆସନ ନିଜ କବଳକୁ ନେଇ ଆସିବ। ସମାନ ଢଙ୍ଗରେ ବିଜେପି ମଧ୍ୟ କହିଛି ଯେ, ଆମ ଦଳ ୪ରୁ ୪ ଲୋକସଭା ସହ ୨୮ ଟି ବିଧାନସଭା ଆସନରୁ ଅଧାରୁ ଅଧିକ ଜିତିବ।

ସେପଟେ ସମସ୍ତ ସିଲ୍ ଇଭିଏମ୍ ଷ୍ଟ୍ରଙ୍ଗ୍ ରୁମ୍ରେ ପହଞ୍ଚିସାରିଛି।  ବାସ୍ତବିକ୍ ଫଳ ମେ ୨୩ରେ ଆସିବାକୁ ଥିବାରୁ ଏବେ ନେତାମାନେ ଏହାକୁ ନେଇ ହାର୍‌ ଜିତ୍‌ର ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ବିଜେପୁର ଫୈସଲା: ଆରମ୍ଭ ହେଲା ଭୋଟ୍ ଗଣତି

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ ଆରମ୍ଭ

ପାଟକୁରାରେ ବାଜିଲା ଶଙ୍ଖ, ଘୋଷଣା ବାକି

ପାଟକୁରା ନିର୍ବାଚନ ଫଳାଫଳ: ୧୬ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ପାଟକୁରା ନିର୍ବାଚନ ଫଳାଫଳ: ୫ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ପାଟକୁରା ନିର୍ବାଚନ: ଆସନ୍ତାକାଲି ହେବ ଭୋଟ୍ ଗଣତି

ଜନମତ ସର୍ଭେ: ବିଜୟଙ୍କ ସପକ୍ଷରେ ଫେସ୍‌ବୁକ୍‌ ୟୁଜର୍ସ

ପାଟକୁରାରେ ଭୋଟ୍‌ ଗ୍ରହଣ ପରେ ଉତ୍ତେଜନା

ସରିଲା ପାଟକୁରା ଭୋଟ୍ ; ଇଭିଏମ୍‌ରେ ସିଲ୍ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ

ପାଟକୁରା ଭୋଟ୍‌: ଚିର୍‌କୁଟିକୁ ନେଇ ଏଜେଣ୍ଟ-ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି

ପାଟକୁରା ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

You might also like