ସଂସଦର ମୌସୁମୀ ଅଧିବେଶନ ଅାରମ୍ଭ

ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାରେ ଥିବା ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଅାଣିଛନ୍ତି ବିରୋଧୀ। ଟିଡିପି, ଏନ୍‌ସିପି ଓ କଂଗ୍ରେସ ଏନ୍‌ଡିଏ ସରକାର ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଅାଣିଛନ୍ତି। ଏହି ପ୍ରସ୍ତାବକୁ ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି। ତା ଉପରେ ଅାସନ୍ତା ଶୁକ୍ରବାର ଲୋକସଭାରେ ଅାଲୋଚନା ହେବ।

ରାଜ୍ୟସଭାରେ ଅାସନ୍ତା ସୋମବାର ଅାଲୋଚନା ହେବ। ଗତ ଅଧବେଶନରେ ମଧ୍ୟ ଟିଡିପି ଏନଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଅାଣିଥିଲା। କିନ୍ତୁ ତା ଉପରେ ଅାଲୋଚନା ହୋଇପାରିନଥିଲା। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଅାନ୍ଧ୍ରକୁ ନ୍ୟାୟ ଦାବି କରି ଅାଜି ଲୋକସଭାରେ ବିଭିନ୍ନ ସ୍ଲୋଗାନ ଦେଇଥିଲା ଟିଡିପି, ତାସହ ଗାନ୍ଧୀ ମୂର୍ତ୍ତି ତଳେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ ଦଳର ସାଂସଦମାନେ। ତେବେ ଅନାସ୍ଥା ପ୍ରସଙ୍ଗରେ ବିଜେଡିର ଅାଭିମୁଖ୍ୟ କଣ ରହିବ, ତାହା ସ୍ପଷ୍ଟ ହୋଇନାହିଁ।

ସେପଟେ ଅାଜିଠୁ ଅାରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍ ଠାରୁ ଅାରମ୍ଭ କରି ଦଳିତଙ୍କ ଉପରେ ଅାକ୍ରମଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି ସରକାରକୁ ଘେରିବାକୁ ଉଦ୍ୟମ କରିବେ ବିରୋଧୀ। ସେପଟେ ଟ୍ରିପଲ ତଲାକ୍ ବିଲ ସରକାରଙ୍କ ଏଜେଣ୍ଡାରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ ପାସ୍ କରାଇବା ଉପରେ ରହିବ କଂଗ୍ରେସର ଫୋକସ୍। ଏସ୍‌ସି/ଏସ୍‌ଟି ସଂରକ୍ଷଣ ସଂଶୋଧନ ସମେତ ଅାଉ କେତେକ ନୂଅା ବିଲ୍ ଅାଗତ ହେବ। ବିଜେଡି ମହାନଦୀ, ପୋଲାଭରମ୍ ଓ ଏମ୍ଏସ୍‌ପି ପ୍ରସଙ୍ଗ ଉଠାଇବ ବୋଲି ସୂଚନା ଦେଇଛି। ସରକାର ସବୁ ପ୍ରସଙ୍ଗରେ ଅାଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like