ଦେଶରେ ଖୁବଶୀଘ୍ର ଶିଶୁଙ୍କୁ ଦିଆଯିବ ଟିକା, ଚାଲିଛି ପରୀକ୍ଷଣ

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଛୋଟ ପିଲାଙ୍କୁ ଦିଆଯିବ ଭ୍ୟାକ୍ସିନ । ଏନେଇ ଟ୍ରାଏଲ ଚାଲୁଥିବା ସୂଚନା ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ । ପିଲାଙ୍କୁ ସଂକ୍ରମଣ ହେଉଥିଲେ ବି ଅତି ଗୁରୁତର ଅବସ୍ଥାକୁ ନେଉନି କରୋନା ଭୂତାଣୁ । ତେଣୁ ଅତି ଅଳ୍ପ କେସରେ ପିଲାଙ୍କୁ ହସ୍ପିଟାଲରେ ଆଡମିଶନ କରିବାକୁ ପଡୁଛି ବୋଲି କହିଛନ୍ତି । କିନ୍ତୁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାଇରସ ତାର ରୂପ ବଦଳାଉଛି, ତେଣୁ ପରିସ୍ଥିତି ମଧ୍ୟ ବଦଳିପାରେ ବୋଲି ସେ ଚେତାବନୀ ଦେଇଛନ୍ତି ।

ଖାଲି ସେତିକି ନୁହେଁ ପିଲାଙ୍କୁ ସାଧାରଣତଃ ଦୁଇଟି କ୍ଷେତ୍ରରେ ଅସୁବିଧା ହେଉଥିବା ଦେଖାଯାଉଛି ବୋଲି ସେ କହିଛନ୍ତି । ପ୍ରଥମତଃ ସାଧାରଣ ରୋଗୀ ଭଳି ସଂକ୍ରମଣ ହେଉଥିବା ଦେଖାଯାଉଛି । ଏଥି ସହ କରୋନାରୁ ସୁସ୍ଥ ହେବାର ୨ରୁ ୬ ସପ୍ତାହ ପରେ ପୁଣି ସମସ୍ୟା ଉପୁଜୁଛି । ତେଣୁ ଏଥିପ୍ରତି ସତର୍କ ରହିବା ସହ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ପଲ୍ ।

ଅନ୍ୟପଟେ ଏବେ ଦେଶରେ କରୋନା ମହାମାରୀକୁ ରୋକିବା ପାଇଁ ଟିକା ହିଁ ଏକମାତ୍ର ରାସ୍ତା । ହେଲେ ଏବେ ଦେଶରେ ଟିକାର ଘୋର ଅଭାବ ରହିଛି । କିନ୍ତୁ ଖୁବ ଶୀଘ୍ର ଟିକା ସମସ୍ୟା ଦୂର ହେବ ବୋଲି କେନ୍ଦ୍ର ସଯରକାରଙ୍କ ପକ୍ଷରୁ କୁହାଯାଇଛି । ଖାଲି ସେତିକି ନୁହେଁ କେନ୍ଦ୍ର ସରକାର ଟିକା କମ୍ପାନୀଗୁଡ଼ିକୁ ଅଧିକରୁ ଅଧିକ ଟିକା ଉତ୍ପାଦନ କରିବା ପାଇଁ ସହଯୋଗ କରୁଛନ୍ତି । ଆଗାମୀ ଦିନରେ ଦେଶରେ ପ୍ରତ୍ୟେକ ଦିନ ଏକ କୋଟି ଲୋକଙ୍କ ଟିକାକରଣ କରାଯିବ ବୋଲି ଯୋଜନା ଚାଲିଛି ।

ଅନ୍ୟପଟ ଗତକାଲି ଋଷରୂ ସ୍ପୁଟନିକ୍ -ଭି’ ଟିକାର ଏକ ବଡ଼ କନସାଇନମେଣ୍ଟ ଭାରତରେ ପହଞ୍ଚିଛି । ରୁଷିଆରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରାୟ ୩୦ଲକ୍ଷ ଡୋଜ ଭାକ୍ସିନ ଧରି ଏହି ବିମାନ ହାଇଦ୍ରାବାଦ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଛି । ଏହାପରେ କଡ଼ା ସୁରକ୍ଷା ମଧ୍ୟରେ ଏକ ସ୍ୱତନ୍ତ୍ର ଗାଡ଼ିରେ ଭ୍ୟାକ୍ସିନଗୁଡିକୁ ପାନେକା ବାୟୋଟେକକୁ ନିଆଯାଇଛି । ସେଠାରେ ଭ୍ୟାକ୍ସିନ ଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଛି ।

ଋଷର ଚାର୍ଟଡ ଫାଲ୍ଇଟ୍ RU-9450 ଯୋଗେ ଏହା ଭାରତରେ ପହଞ୍ଚିଛି । ଆଗକୁ ଦେଶର ଭାକ୍ସିନେସନ କାର୍ଯ୍ୟକ୍ରମ ଆହୁରି ଜୋରଦାର ହେବ । ତେବେ ଏହା ପୂର୍ବରୁ ରୁଷରୁ ଆସିଥିବା ପ୍ରଥମ କନସାଇନମେଣ୍ଟରେ ଭାରତକୁ ଏକ ଲକ୍ଷ ୫୦ ହଜାର ଡୋଜ ଆସିଥିଲଶ । ସେହିଭଳି ମେ’ ୧୪ରେ ୬୦ ହଜାର ଡୋଜ ସ୍ପୁଟନିକ୍-V ଭାକ୍ସିନ ଭାରତକୁ ଆସିସାରିଛି ।

You might also like