ଭୁବନେଶ୍ୱର: ବଜ୍ରପାତ ସହ ବର୍ଷା ନେଇ ଗଞ୍ଜାମ, ପୁରୀ, ନୟାଗଡ଼, ଗଜପତି, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା ଜାରି।

ଭୁବନେଶ୍ୱର ସ୍ଥିତ ପାନ୍ଥନିବାସରେ ନିରାଡ଼ମ୍ବର ଭାବେ ପାଳନ ହେବ ରଜ ଉତ୍ସବ, ପାନ୍ଥନିବାସକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା; ଭୁବନେଶ୍ୱରରେ ରଜ ପିଠା ପାଇଁ OTDC ପକ୍ଷରୁ ପିଠା ଅନ୍ ହ୍ୱିଲ୍‌ ବୁଲିବ, ୧୬ ତାରିଖ ଯାଏ ସକାଳ ୭ଟାରୁ ୧୧ଟା ମଧ୍ୟରେ ରଜ ପିଠା ମିଳିବ।

ମୋହନା: ଅଡ଼ବା ଥାନା ଅନ୍ତର୍ଗତ ମୁଠାଗୁଡ଼ା ଗାଁରେ ନୃଶଂସ ହତ୍ୟାକାଣ୍ଡ; ଗୁଣି ଗାରେଡ଼ି ସନ୍ଦେହରେ ବାପା ଓ ପୁଅକୁ ହତ୍ୟା ଅଭିଯୋଗ, ମୃତଦେହ ଜବତ କରି ଅଡବା ପୋଲିସର ତଦନ୍ତ ଆରମ୍ଭ।

ଭୁବନେଶ୍ୱର: ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ; ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, କହିଲେ-ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି। ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି।

ଆଜି ସାରା ଓଡ଼ିଶାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏନେଇ ସ୍ପଷ୍ଟ କଲା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ। ଡ୍ରଗ୍ସ କଣ୍ଟ୍ରୋଲର ଓ ପୋଲିସକୁ ମିଳିତ ଭାବେ ରେଡ୍ କରିବାକୁ କୁହାଯାଇଛି। ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ

Other Stories