ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ।

ଭୁବନେଶ୍ୱର: +୨ର ବିକଳ୍ପ ମୂଲ୍ୟାୟନ ପଦ୍ଧତି ଉପରେ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା- ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀ ଠାରୁ ଅଧିକ ମାର୍କ ରଖିବେ। ଏକ୍ସ ରେଗୁଲାର ପାସ୍ ହାର ମଧ୍ୟ ବିଗତ ବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ ହେବ। +୨ରେ ମୋଟ୍‌ ପାସ୍ ହାର ୯୦%ରୁ ଅଧିକ ହେବ।

କଟକ: ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ CDA ମାର୍କେଟ ନିକଟରେ ହତ୍ୟାକାଣ୍ଡ, ରାତିରେ ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ର ଆକ୍ରମଣରେ ଜଣେ ମୃତ; ଅନ୍ୟ ଜଣେ ମହିଳା ଗୁରୁତର ଅବସ୍ଥାରେ SCBରେ ଭର୍ତ୍ତି, ଆକ୍ରମଣର କାରଣ ଅସ୍ପଷ୍ଟ, ମାଲଗୋଦାମ ପୋଲିସର ତଦନ୍ତ ଜାରି।

ଭୁବନେଶ୍ୱର: ସତ୍ୟ ନଗର ଶ୍ମଶାନରେ ସମ୍ପନ୍ନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶେଷକୃତ୍ୟ, ତପୁଙ୍କ ସ୍ୱାମୀ ଦୀପକ ପୂଜାରୀ ଦେଲେ ମୁଖାଗ୍ନି।

ଓଡ଼ିଶାରେ ଆଉ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୫୯୦କୁ ବୃଦ୍ଧି।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩୫୭୭ କରୋନା ସଂକ୍ରମିତ ଚିହ୍ନଟ; ସେଥିମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୨୦୩୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ୍‌ ୧୫୩୮ ରହିଛି।

ଯାଜପୁର: ବ୍ରାହ୍ମଣୀ ନଦୀର ବରୀ ଶଙ୍କରାକୂଳ ଘାଟରେ ଗାଧୋଇବା ବେଳେ ଭାସି ଯାଇ ନିଖୋଜ ୨ ଯୁବକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି, ଏନେଇ ସୂଚନା ଦେଲେ AIIMSର ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, କହିଲେ- ୩ରୁ ୪ ଦିନ ଭିତରେ ସେ ଡିସଚାର୍ଜ ହୋଇପାରନ୍ତି। ସେ ଚଲାବୁଲା କରିବା ସହ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେଲେଣି

ନୂଆ କରି ଆଶୀର୍ବାଦ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବାପା ମାାଆଙ୍କୁ ହରାଇଥିବା ଶିଶୁ ପାଇଁ ଆଶୀର୍ବାଦ ଯୋଜନା ହୋଇଛି। ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ଶିଶୁ ବି ଉପକୃତ ହେବେ

Other Stories