ଅଗଷ୍ଟ ଶେଷ ସୁଦ୍ଧା କୃଷି ବୀମା : ଧର୍ମେନ୍ଦ୍ର ପ୍ରଧାନ

ଅର୍ଥମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍‌ ଓ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଓଡ଼ିଶାରେ ଅଗଷ୍ଟ ଶେଷ ସୁଦ୍ଧା କୃଷି ବୀମାର ବକେୟା ଅର୍ଥ ପ୍ରଦାନ କରାଯିବ। କୃଷି ବୀମା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଭେଟିବା ପରେ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୃଷି ବୀମା କମ୍ପାନୀ ଗୁଡ଼ିକ ବକେୟା ଅର୍ଥ ପୈଠ ପାଇଁ କମିଟି ହୋଇଛି।

କୃଷି, ଅର୍ଥ, ରାଜ୍ୟ ପ୍ରତିନିଧି, ବୀମା ପ୍ରତିନିଧିଙ୍କୁ ନେଇ କମିଟି ଗଠିତ ହୋଇଛି। ଅାସନ୍ତା ଅଗଷ୍ଟ ଶେଷ ସୁଦ୍ଧା ବକେୟା ଅର୍ଥ ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି। ଅାଜି କୃଷି ବୀମା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍‌ ଏବଂ ଧର୍ମେନ୍ଦ୍ର ପ୍ରଧାନ।

You might also like