• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

6
ସମ୍ବଲପୁରରେ ସୃଷ୍ଟି ହୋଇଛି ମରୁଡ଼ି ସ୍ଥିତି

ସମ୍ବଲପୁର: ସମ୍ବଲପୁରରେ ମରୁଡ଼ି ସ୍ଥିତି ଦେଖାଦେଇଛି। ବର୍ଷାଭାବରୁ ଶୁଖିଗଲାଣି ଜମି। କ୍ଷେତରେ କିଛି ସ୍ଥାନରେ ପାଣି ଥିବାବେଳେ ଅନ୍ୟ କିଛି ସ୍ଥାନରେ ପାଣି ପୁରା ଶୁଖିଯାଇଛି। ଏଭଳି ପରିସ୍ଥିତିରେ ଧାନରୁଆ କାମ ଅଧାରେ ଅଟକି ରହିଛି। ଜିଲ୍ଲାର ଡେଙ୍ଗସରଗି, ଗଡମୁଣ୍ଡା ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। କେନାଲ...

5
କମନେଓ୍ୱଲେ୍ଥ ଟେବୁଲ ଟେନିସ୍‌ ଚାମ୍ପିଅନସିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

କଟକ: କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କମନେଓ୍ୱଲେ୍ଥ ଟେବୁଲ ଟେନିସ୍‌ ଚାମ୍ପିଅନସିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଚାମ୍ପିଅନସିପରେ ୧୪ ଟି ଦେଶର ଖେଳାଳି ଭାଗ ନେବେ। ଖେଳାଳି ମାନେ କଟକରେ ପହଞ୍ଚୁଥିବାରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଟକ ଡିସିପି କହିଛନ୍ତି। ଏଥିସହିତ...

puri
ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ପୁରୀ: ଆଜି ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ସକାଳ ୬ଟାରେ ଦ୍ୱାରଫିଟା ପରେ ନିର୍ଦ୍ଦିଷ୍ଟ ନୀତି ସବୁ ସଂପନ୍ନ ହୋଇଛି। ୧୦ଟା ସୁଦ୍ଧା ଗୋପାଳ ବଲ୍ଲଭ ଶେଷ ହେବ। ୧୦ଟା ୩୦ରୁ ୧୧ଟା ୩୦...

3
ରାସ୍ତାରେ ଜଳିଗଲା ଯାତ୍ରୀବାହୀ ବସ୍

ଗାନ୍ଧିନଗର: ହୁ ହୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌। ଗୁଜୁରାଟର ମେହସାଣା-ଅହମ୍ମଦାବାଦ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବାବେଳେ ହଠାତ୍ ବସ୍‌ରେ ନିଆଁ ଲାଗିଯାଇଥିଲା। ଏହାପରେ ନିଆଁରେ ବସ୍‌ଟି ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ତେବେ ଡ୍ରାଇଭର ଜଣକର ଉପସ୍ଥିତ ବୁଦ୍ଧି ଯୋଗୁ ବସ୍‌ରେ ଥିବା...

rape2
କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼: ଯୁକ୍ତ ତିନି ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ୪ ସହପାଠୀ ହିଁ ଏହି କାଣ୍ଡ କରିଛନ୍ତି। ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଥାନାରେ ଏତଲା ପରେ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଅଟକ ରଖି ପଚରା ଉଚରା କରିଛି। ଅଭିଯୋଗ ଅନୁସାରେ, ଗତ...

supreem court
ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ହେବ। ବିଧାୟକଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକ ମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ଗୁରୁବାର ହେବ କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା। କ୍ଷମତାଶୀନ...

2
ଆଜି ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆଜି ଚନ୍ଦ୍ର ଗ୍ରହଣ। ରାତି ୧ଟା ୩୧ ମିନିଟ୍ ୪୦ ସେକେଣ୍ଡରେ ଗ୍ରହଣ ଲାଗିବା ଆରମ୍ଭ ହେବ। ରାତି ୪ଟା ୩୧ ମିନିଟ୍‌ ୪୧ ସେକେଣ୍ଡରେ ମୋକ୍ଷ ହେବ ବୋଲି ଜ୍ୟୋତିର୍ବିଦ କହିଛନ୍ତି। ଚନ୍ଦ୍ର ଗ୍ରହଣର ୯ଘଣ୍ଟା ପୂର୍ବରୁ ଅର୍ଥାତ ଅପରାହ୍ଣ ୪ଟାରୁ ପାକ ତ୍ୟାଗ କରିବାକୁ...

1
ସରିଲା ରଥଯାତ୍ରା, ନୀଳକନ୍ଦରକୁ ବାହୁଡ଼ିଲେ ନୀଳାଦ୍ରିବିହାରୀ

ପୁରୀ: ବଡ଼ଦାଣ୍ଡ ଓ ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଛନ୍ତି ନୀଳାଦ୍ରିବିହାରୀ। ଘୋଷଯାତ୍ରାର ଅନ୍ତିମ ପର୍ବରେ ପ୍ରଥମେ ବିଜେ-କାହାଳି ବାଜିବା ପରେ ଚକ୍ରରାଜ ସୁଦର୍ଶନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ପରେ ମା’ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ରଙ୍କୁ ରତ୍ନସିଂହାସନକୁ ବିଜେ କରାଯିବାପରେ ଆରମ୍ଭ ହୋଇଥିଲା କାଳିଆଠାକୁରଙ୍କ ପହଣ୍ଡି।...

5
ବୋରିଗୁମ୍ମା ବଜାରରେ ବିଭିନ୍ନ କିସମର ଆମ୍ବର ପସରା

କୋରାପୁଟ: କୋରାପୁଟ ବୋରିଗୁମ୍ମାର ବଜାରରରେ ବିଭିନ୍ନ ରକମର ଆମ୍ବ ମିଳୁଛି। ବୋରିଗୁମ୍ମା ଅଞ୍ଚଳର ଆଦିବାସୀ ଚାଷୀଙ୍କ ଛୋଟ ବଡ଼ ବଗିଚାରୁ ଆସିଥିବା ଲେଙ୍ଗଡ଼ା, ଆମ୍ରପାଲି, ଆଖୁରସ, ସିନ୍ଦୁରି, ମଲ୍ଲିକା, ଦଶରୀ ଓ ବାଇଗଣପଲି ଭଳି ଅନେକ ପ୍ରକାରର ସ୍ୱାଦିଷ୍ଟ ଆମ୍ବ ଗ୍ରାହକ କିଣି ନେଉଛନ୍ତି। ତେବେ ଗତ ବର୍ଷ...

4
କୁଲଡିଆ ଅଭୟାରଣ୍ୟରୁ ଶିକାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁଲଡ଼ିଆ ଅଭୟାରଣ୍ୟରୁ ଜଣେ ଶିକାରୀକୁ ଗିରଫ କରାଯାଇଛି। ଗିରଫ ଶିକାରୀର ନାମ ପହଲି ମୁଦୁଲି। ଖୁମକୁଟ ଡ୍ୟାମ୍‌ ପାଖରେ ପହଲି ବିଦେଶୀ ପକ୍ଷୀଙ୍କୁ ଶିକାର କରିବାକୁ ଉଦ୍ୟମ କରୁଥିବାବେଳେ ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ତା ପାଖରୁ ଏକ ଫାଶ ମଧ୍ୟ...

ndhrffvjm
ଇଣ୍ଡିଆ ଟୁଡେ ପତ୍ରିକାର କଭର ପେଜ୍‌ରେ ଚନ୍ଦ୍ରାଣୀ ମୁର୍ମୁ

ନୂଆଦିଲ୍ଲୀ: ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେର ଆଗାମୀ ସାପ୍ତାହିକ ସଂସ୍କରଣର କଭର ପେଜ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଶାର ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଚନ୍ଦ୍ରାଣୀଙ୍କ ସମେତ କ୍ରିକେଟରରୁ ରାଜନେତା ପାଲଟିଥିବା ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର, ଅଭିନେତା ରବି କିଷାନ ପ୍ରମୁଖ ମଧ୍ୟ ସ୍ଥାନ ପାଇଛନ୍ତି। ସାଧାରଣ ନିର୍ବାଚନରେ କେନ୍ଦୁଝର...