• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

new Rs 100
ନୂଆ ଶହେ ଟଙ୍କିଆ ନୋଟ୍ ପ୍ରଚଳନ ନେଇ ଚିନ୍ତାରେ ଏଟିଏମ୍‌ ଅପରେଟର ସଂଘ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ମାର୍କେଟକୁ ଆସୁଛି ନୂଆ ଶହେ ଟଙ୍କିଆ ନୋଟ୍।  କିନ୍ତୁ ଏହି ନୋଟ୍ ପାଇଁ ଏଟିଏମ୍‌ରେ ଯେଉଁ ପରିବର୍ତ୍ତନ କରାଯିବ, ସେଥିପାଇଁ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। କାହିଁକି ନା ଏଟିଏମ୍‌ଗୁଡ଼ିକୁ ରିକାଲିବ୍ରେଟ୍‌ କରିବା ପାଇଁ ଏହି ଖର୍ଚ୍ଚ...

low pressure
ଅବପାତ ରୂପ ନେଲା ଲଘୁଚାପ; ଆହୁରି ୪୮ ଘଣ୍ଟା ବର୍ଷିବ

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁଣି ଆହୁରି ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ ବୋଲି ଜଣାପଡ଼ିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ-ପ୍ରେସର ଅବପାତ ରୂପ ନେଇଛି। ଯାହାର ପ୍ରଭାବରେ ରାଜ୍ୟରେ ୪୮...

train
ପାଣିରେ ଫସି ରହିଛି ଟ୍ରେନ୍‌, ଦେଖନ୍ତୁ ଭିଡିଓ

ରାୟଗଡ଼ା: ଲଘୁଚାପ ବର୍ଷାର ପ୍ରଭାବ ଟ୍ରେନ୍‌ ସେବା ଉପରେ ମଧ୍ୟ ପଡ଼ିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ମାଟି ଅତଡ଼ା ଖସିବାରୁ ଟ୍ରେନ୍ ସେବା ବ୍ୟାହତ ହୋଇଛି। ରାୟଗଡ଼ା-କୋରାପୁଟ ଓ ରାଉଳି-ଲେଲିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ଭାଲୁମାସ୍କା ଷ୍ଟେସନ୍‌ରେ ହୀରାଖଣ୍ଡ ଏକ୍ସପ୍ରେସ୍ ଅଟକି ରହିଛି। ସେହିପରି ଟିକିରି...

bus overturns
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌, ୧୫ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଜୋରକୁ ଓଲଟି ପଡ଼ିବା ଫଳରେ ୧୫ଜଣ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଇଚ୍ଛାପୁର-ବାସୁଦେବପୁର ରାସ୍ତାର ବେକମୁଡ଼ି ମେଲଣ ପଡ଼ିଆରେ ଆଜି ଏହି ଅଘଟଣ ଘଟିଛି। ଆହତଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ୍‌ ଭଦ୍ରକରୁ...

puri water logging
ଭାସିଲା ପୁରୀ ସହର, ପାଣି ଘେରରେ ତିନି ରଥ

ପୁରୀ: ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ପୁରୀ ସହର ବି ଏଥିରୁ ବାଦ୍ ପଡ଼ିନି। ବଡ଼ଦାଣ୍ଡ ସହ ଶରଧାବାଲି ଜଳାର୍ଣ୍ଣବ ହୋଇଛି। ପାଣି ଘେରରେ ତିନି ରଥ ରହିଥିବା ଦେଖିବାକୁ ମିଳିଛି। ଡ୍ରେନ୍ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାବେଳେ ବହୁ ଦୋକାନ...

alaranath temple
ପ୍ରବଳ ବର୍ଷାରେ ବୁଡ଼ିଲା ପ୍ରସିଦ୍ଧ ଅଲାରନାଥ ମନ୍ଦିର

ବ୍ରହ୍ମଗିରି: ପ୍ରବଳ ବର୍ଷାରେ ବୁଡ଼ିଲା ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର। ଗତାକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଅଲାରନାଥ ମନ୍ଦିର ବୁଡ଼ି ଯାଇଛି। ବର୍ଷା ପାଣିରେ ଅଲାରନାଥ ମନ୍ଦିରର ବେଢ଼ା ବୁଡ଼ିଯାଇଛି। ଗର୍ଭଗୃହରେ ବି ପାଣି ପଶିଯାଇଛି। ସେଠାରେ ଆଣ୍ଠୁଏ ଉଚ୍ଚରେ ପାଣି...

heavy rainfall
ଆହୁରି ବର୍ଷିବ

ଭୁବନେଶ୍ୱର: ପୁଣି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ୧୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧ଟା ୧୫ ପର୍ଯ୍ୟନ୍ତ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।...

kalahandi
ସାରା ରାଜ୍ୟରେ ବର୍ଷା ତାଣ୍ଡବ; କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷାର ତାଣ୍ଡବ। ଗତକାଲି ଅପରାହ୍ନରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲାର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଗୋପାଳପୁର-ରାୟପୁର ରାସ୍ତାର ମଦନପୁର ଠାରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି।  ସେହିପରି ଭବାନୀପାଟଣା-ଥୁଆମୁଳ...

rain in bbsr
ପ୍ରବଳ ବର୍ଷାରେ ଟ୍ୱିନ୍‌ସିଟି ଉବୁଟୁବୁ; କଟକ, ଭୁବନେଶ୍ୱରରେ ସମସ୍ତ ସ୍କୁଲ୍ ଛୁଟି

କଟକ/ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି।  ଅଧିକାଂଶ ସ୍ଥାନରେ ବର୍ଷାର ପ୍ରକୋପ ବଢିଥିବାବେଳେ ରାଜଧାନୀ ଭୁବନେଶ୍ୱର ସହ କଟକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାତି ତମାମ ପ୍ରବଳ ବର୍ଷାରେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳ ସହ ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ,...

vlcsnap-error248
ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ୪ ସାମ୍ବାଦିକ ଗିରଫ

ମାଲକାନଗିରି: ଗଞ୍ଜେଇ ଚୋରାଚାଲାଣରେ ସାମ୍ବାଦିକଙ୍କ ସଂପୃକ୍ତି ଅଭିଯୋଗ। ଏହି ଅଭିଯୋଗରେ ଧରାପଡ଼ିଛନ୍ତି ମାଲକାନଗିରି ଜିଲ୍ଲାର ୪ ଜଣ କର୍ତ୍ତବ୍ୟରତ ସାମ୍ବାଦିକ। ବାଲିମେଳା ପୋଲିସ ୪ଜଣ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ସାମ୍ବାଦିକ ମାନେ ହେଲେ ଜିତେନ୍ଦ୍ର ରାଉତ, ନାରାୟଣ ଦାସ, ବିକାଶ ପାଢ଼ୀ ଏବଂ ସତ୍ୟ ପାଢ଼ୀ। ଏମାନେ...

tito
ଖୋଲୁଛି ଟିଟୋ କଳା ସାମ୍ରାଜ୍ୟ ଲିଙ୍କ୍‌ର ଗୁମର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରର ବଡ଼ହାଟର ଏହି ପେଟ୍ରୋଲ ପମ୍ପକୁ ନେଇ ତନାଘନା। ଗ୍ୟାଙ୍ଗଷ୍ଟର ଟିଟୋର ପତ୍ନୀ ବେନିଜିର ବିବିଙ୍କ ନାଁରେ ରହିଛି ଏ ପେଟ୍ରୋଲ୍ ପମ୍ପ। ୨୦୧୬ ମାର୍ଚ୍ଚ ୩୧ରେ ପମ୍ପ ଚାଲିବା ନେଇ ଲାଇସେନସ୍‌ ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ତେବେ ବଡ଼କଥା ହେଉଛି ପେଟ୍ରୋଲ ପମ୍ପକୁ...

High-Court-750x430
ବଦଳିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ କେ.ଏସ୍. ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ, ଜଷ୍ଟିସ ଜାଭେରୀଙ୍କ ନାଁ ଚୟନ କରିଛନ୍ତି। ଜଷ୍ଟିସ ଜାଭେରୀ ଏବେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଅଛନ୍ତି। ସେ ବର୍ତ୍ତମାନର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣଙ୍କ ସ୍ଥାନ ନେବେ।...

congress
ଏଆଇସିସିକୁ ୧୦୦ ନେତାଙ୍କ ନାଁ ପଠାଇଲା ପିସିସି

ଭୁବନେଶ୍ୱର: କିଏ ହେବେ କଂଗ୍ରେସ ନିର୍ବାଚନ ପ୍ରଚାରର ମଙ୍ଗୁଆଳ? ସାରା ରାଜ୍ୟରୁ ପ୍ରାୟ ଶହେ ନେତାଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସିକୁ ପଠାଇଛି ପିସିସି। କେବଳ ରାଜ୍ୟ ନୁହେଁ, ୨୦ଜଣ କେନ୍ଦ୍ରୀୟ ନେତାଙ୍କ ନାଁ ବି ରହିଛି ତାଲିକାରେ। ସେମାନେ ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ମନ୍ତ୍ରୀ...

latin
ନାମକୁ ମାତ୍ର ଯୋଜନା କାମକୁ ନୁହଁ

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଯୋଜନା ଯେ ବାଟବଣା ହେଉଛି ତାହା ପ୍ରତି ସରକାରଙ୍କ ନିଘା ନାହିଁ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବାଉଁଶ ବଣିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।  ନିର୍ମଳ ପଞ୍ଚାୟତ ଯୋଗୁଁ ଏଠାରେ ବାହ୍ୟ...

hockey-women-759
କାଲିଠୁ ମହିଳା ହକି ବିଶ୍ୱକପ୍

ଲଣ୍ଡନ: କାଲି ଲଣ୍ଡନରେ ବାଜିବ ବିଗୁଲ। ଅାରମ୍ଭ ହେବ ମହିଳା ହକି ବିଶ୍ୱ ମହାକୁମ୍ଭ। ୧୬ଟି ଦେଶକୁ ନେଇ ହେବ ଟାଇଟଲ ଟକ୍କର। ୧୭ ଦିନ ବାଜି ଲାଗିବ ବିଶ୍ୱକପ୍ ଟ୍ରଫିର। ୧୬ ଦେଶ ୪ ଗ୍ରୁପ୍‌। ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିବ କଡ଼ା ମୁକାବିଲା। ଚଳିତ ବର୍ଷ...

whatsapp_
ମେସେଜିଂ ବ୍ୟବସ୍ଥା ଉପରେ କଟକଣା ଲଗାଇଲା ହ୍ୱାଟସ ଆପ୍‌

ନୂଆଦିଲ୍ଲୀ: ଏଣିକି ହ୍ୱାଟସ ଆପ୍‌ରେ ଏକ ସମୟରେ ୫ରୁ ଅଧିକ ଚାଟ୍ ଫରଓ୍ୱାର୍ଡ କରିହେବ ନାହିଁ। ଏହା ଦ୍ୱାରା ଅତ୍ୟଧିକ ମେସେଜ, ଫଟୋ, ଭିଡିଓ ପଠାଯିବା ଉପରେ ରୋକ ଲାଗିବ। ଦେଶର ବିଭିନ୍ନ ସ୍ଥାନରେ ସୋଶାଲ୍‌ ମିଡିଆ ଦ୍ୱାରା ପ୍ରଚାରିତ ଖବରରୁ ଗଣ୍ଡଗୋଳ, ଅରାଜକତା ଏପରିକି ହତ୍ୟା ଘଟଣା...

madras
ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ତାମିଲନାଡୁର ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ଦେବାକୁ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ। ତାମିଲ ପ୍ରଶ୍ନପତ୍ରରେ ଭୁଲ୍‌ ଯୋଗୁଁ ପିଲାଙ୍କୁ ଗ୍ରେସ୍ ମାର୍କ ଦେବାକୁ ମାଡ୍ରାସ ହାଇକୋର୍ଟ ଅାଗରୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଥିଲେ। ଇଂରାଜୀ ପ୍ରଶ୍ନପତ୍ରକୁ ଠିକ୍...

Sachin-Tendulkar-
ସଚିନ୍‌ଙ୍କ ଜୀବନୀକୁ ନେଇ ନିଆରା ଲାଇବ୍ରେରୀ

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ସଚିନ୍‌ ତେନ୍ଦୁଲକର୍‌ ସିନା ବିଦାୟ ନେଇଗଲେ। ହେଲେ ଏବେ ବି ପ୍ରଶଂସକ ମାନଙ୍କ ମଧ୍ୟରେ ସଚିନ୍‌ କ୍ରିକେଟ ଗଡ୍‌ ହୋଇ ରହିଛନ୍ତି। ଦେଶ ବିଦେଶରେ ସଚିନଙ୍କୁ ଭଲପାଇବା ସେମିତି ଅତୁଟ ହୋଇ ରହିଛି। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସଚିନଙ୍କ...

lightning
ବଜ୍ରପାତରେ ୧୧ ମୃତ୍ୟୁ

ଭୁବନେଶ୍ୱର : ବଢ଼ି ଚାଲିଛି ବଜ୍ରପାତରେ ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ,ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଅାହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ୪ ଏବଂ ବାଲେଶ୍ୱର ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ...

flood
ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ

ମାଲକାନଗିରି : ଲଘୁଚାପ ବର୍ଷାରେ ମାଲକାନଗିରିରେ ବେହାଲ ଜନଜୀବନ। ଗତକାଲି ରାତିରୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ୨ଟି ସ୍ଥାନରେ ରାସ୍ତା ଓ ପୋଲ ଉପରେ ଚାଲିଛି ୫ ଫୁଟ୍‌ର ବର୍ଷାପାଣି। କୋରକୋଣ୍ଡା ଓ ଏମ୍ଭି-୩୭ ଗାଁରେ ପୋଲ ଓ...