ଆଜି ଶ୍ରୀଜୀଉଙ୍କର ବନକ ଲାଗି ନୀତି, ଆସନ୍ତାକାଲି ନବଯୌବନ ଦର୍ଶନ

ପୁରୀ: ଆଜି ପବିତ୍ର ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ତିଥି । ଆଜି ଶ୍ରୀଜୀଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଅଣସର ଗୃହରେ ଦତ୍ତମହାପାତ୍ର ସେବକମାନେ ଏହି ନୀତି କରିବେ। ଆସନ୍ତାକାଲି ଭକ୍ତମାନେ ନବଯୌବନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥିପାଇଁ ଅତି ସୁନ୍ଦର ଭାବେ ବନକ ଲାଗି ନୀତି କରଯାଇଥାଏ।

ଜ୍ୱରରେ ପୀଡ଼ିତ ହୋଇ ସୁସ୍ଥ ହେବା ପରେ ଏହା ପ୍ରଥମ ବନକ ଲାଗି ନୀତି ହୋଇଥିବାରୁ ଏଥିରେ ଅଧିକ ସମୟ ଲାଗିଥାଏ। ସେପଟେ ଦିନକ ପରେ ରଥଯାତ୍ରା ଥିବାରୁ ଶ୍ରୀକ୍ଷେତ୍ରରେ ଗହଳି ଚହଳି ଆରମ୍ଭ ହୋଇଗଲାଣି ।

 

Comments
Loading...