ଘରେ ପଶି ଯୁବତୀ ଓ ତାଙ୍କ ମାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ଭୁବନେଶ୍ୱର: ପ୍ରେମିକର ଆକ୍ରମଣରେ ଲହୁ ଲୁହାଣ ପ୍ରେମିକା ଓ ତାଙ୍କ ମା। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜାରଡ଼ା ଗାଁରେ ଗତକାଲି ଜଣେ ମହିଳା ଓ ତାଙ୍କ ଝିଅକୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି।

କପ୍ତିପଦା ଥାନା ବେଲଡିହା ଗାଁର ଭରତ ମହାନ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଉଭୟ ମା ଓ ଝିଅଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ଯୁବତୀଙ୍କ ଅବସ୍ଥା ଗୁରୁତର ରହିଛି।

ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଓ ତାଙ୍କ ଝିଅକୁ ଗତକାଲି ରାତିରେ ଭରତ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲା। ଅଭିଯୁକ୍ତ ଭରତ ତାଙ୍କୁ ଟଙ୍କା ଉଧାର ମାଗିଥିଲା, ହେଲେ ସେ ନଦେବାରୁ ଏଭଳି ଆକ୍ରମଣ କରିଥିବା ମହିଳା କହିଛନ୍ତି।

ଅନ୍ୟପକ୍ଷରେ, ସଂପୃକ୍ତ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବାରୁ ଏହାକୁ ନେଇ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି। ସେପଟେ ଆକ୍ରମଣ ପରେ ଅଭିଯୁକ୍ତ ଭରତ ଫେରାର ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Comments
Loading...