ବିଶ୍ୱର ସବୁଠୁ ଦାମୀ ଚକୋଲେଟ୍

ପର୍ତ୍ତୁଗାଲ: ଚକୋଲେଟ୍ କାହାର ବା ପସନ୍ଦ ନୁହେଁ, ଏହା ସମସ୍ତଙ୍କ ପସନ୍ଦ। ଯେତେବେଳେ ବି କିଛି ମିଠା ଜିନିଷ ଖାଇବାକୁ ମନକୁ ଆସେ ପ୍ରଥମେ ଚକୋଲେଟ୍ କଥା ହିଁ ମନେ ପଡ଼େ। ଆଜି ଯାଏଁ ଆମ୍ଭେମାନେ କେବଳ ଦାମୀ ଚକୋଲେଟର ନାଁ ଶୁଣିଛେ, ମାତ୍ର କେବେ ଶୁଣିନାହଁ କି ଚକୋଲେଟର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ବି ହୋଇପାରେ।

ଟଙ୍କେ କି ଦୁଇ ଟଙ୍କା ନୁହଁ, ଚକୋଲେଟର ମୂଲ୍ୟ ୬ ଲକ୍ଷ ଟଙ୍କା। ପର୍ତ୍ତୁଗାଲର ଓବିଡୋସରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ଚକୋଲେଟ୍ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି ବିଶ୍ୱର ସବୁଠୁ ଦାମୀ ଚକୋଲେଟ୍।

ଗ୍ଲୋରିୟସ୍ ନାଁ ରଖାଯାଇଥିବା ଏହି ଚକୋଲେଟ୍ ଦାମ୍ ହେଉଛି ୬ ଲକ୍ଷ ଟଙ୍କା।  ୨୩ କ୍ୟାରେଟ୍ ସୁନା ସହ କେଶର ଦାନା, ହ୍ୱାଇଟ୍ ଟ୍ରୁଫଲ୍, ମାଡାଗାସ୍କରରୁ ସ୍ୱତନ୍ତ୍ର ସ୍ୱାଦ ଯୁକ୍ତ ଭାନିଲାରେ ନିର୍ମିତ ହୋଇଛି ଏହି ଚକୋଲେଟ୍ ।

ଚକୋଲେଟ୍ ନିର୍ମାତା ଡାନିଏଲ ଗୋମେସ୍ ପାଖାପାଖି ୧ ବର୍ଷ ସମୟ ନେଇଥିଲେ ଗ୍ଲୋରିୟସକୁ ତିଆରି କରିବା ପାଇଁ।

Comments
Loading...