ବାଲ୍‌କୋନିରୁ ଖସି ପଡ଼ି ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ସଫ୍ଟୱେୟାର ସଂସ୍ଥାର ମହିଳା କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଭୁବନେଶ୍ୱର ଶ୍ରୀବିହାରର ଏକ ଆପାର୍ଟମେଣ୍ଟରରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପୁରୀ ସାକ୍ଷୀଗୋପାଳ ଅଞ୍ଚଳର ଜିଜ୍ଞାସା ମିଶ୍ର। ହେଲେ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ବିଡିଏ ଅଞ୍ଚଳରେ ନିଜ ବାପାଙ୍କ ଘରେ ରହୁଥିଲେ ଜିଜ୍ଞାସା। ତାଙ୍କର ବୈବାହିକ ଜୀବନ ମଧ୍ୟ ଠିକ୍ ନଥିବା ଜଣାପଡ଼ିଛି। ଅନେକ ସମୟରେ ତାଙ୍କୁ ବିଭିନ୍ନ ପାର୍ଟିରେ ଦେଖିବାକୁ ମିଳିଥାଏ।

ପରିବାର ଲୋକଙ୍କ କହିବା ଅନୁସାରେ, ଝିଅ ତିନି ଦିନ ହେଲା ଘରକୁ ଫେରିନଥିଲା। ଗତକାଲି ସେହି ଆପାର୍ଟମେଣ୍ଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଆୟୋଜିତ ଏକ ପାର୍ଟିରେ ଜିଜ୍ଞାସା ଯୋଗ ଦେଇଥିଲେ। ଆଜି ସକାଳୁ ମିଳିଥିଲା ମୃତ ଦେହ।  ବାଲକୋନିରେ କିଏ ଧକ୍କା ମାରିଥିବାରୁ ଜିଜ୍ଞାସା ତଳକୁ ଖସି ପଡ଼ିଥିବା ବାପା ଅଭିଯୋଗ କରିଛନ୍ତି।

ଆପାର୍ଟମେଣ୍ଟ ଯାଞ୍ଚ ବେଳେ ମଦ ବୋତଲ ମଧ୍ୟ ମିଳିଛି। ଜିଜ୍ଞାସାଙ୍କ ମୃତ୍ୟୁ ଖବର ଶୁଣିବା ପରେ ହାଇଦ୍ରାବାଦରୁ ତାଙ୍କ ସ୍ୱାମୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ମଧ୍ୟ ଘଟଣାର ଯାଞ୍ଚ ଦାବି କରିଛନ୍ତି। ପୋଲିସ ହତ୍ୟା ମାମଲା ରୁଜୁ କରିବା ସହିତ ଆପାର୍ଟମେଣ୍ଟର ଯେଉଁ ଫ୍ଲାଟରେ ପାର୍ଟି ହୋଇଥିଲା, ତାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି।

Comments
Loading...